ମାତ୍ର ୩ଟି ଜିନିଷ ବ୍ୟବହାର କରି କମାନ୍ତୁ ନିଜ ଶରୀର ଓଜନ

ଭାରତୀୟ ଜୀବନ ଶୈଳୀରେ ଚାହା ଯେମିତି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରାୟ ଅଧିକାଂଶ ଭାରତୀୟଙ୍କ ଦିନର ଆରମ୍ଭ ଗୋଟିଏ କପ ଚାହାରୁ ହିଁ ହୋଇଥାଏ । ଗୋଟେ କପ କଡ଼ା ଚାହା ପିଇଦେଲେ ଯେମିତି ମସ୍ତିସ୍କରୁ ଆରମ୍ଭ କରି ଶରୀର ପର୍ଯ୍ୟନ୍ତ ସବୁ ରିଫ୍ରେଶ ହୋଇଯାଏ । କିନ୍ତୁ ଜାଣନ୍ତିକି, ଚାହା ଯେ କେବଳ ଶରୀର, ମନକୁ ରିଫ୍ରେଶ କରେ ତାହା ନୁହେଁ । ଏଥିରେ କିଛି ସାଧାରଣ ଔଷଧୀୟ ଜିନିଷ ବ୍ୟବହାର କରି ଏହାର ଲାଭ ବି ଆପଣ ନେଇ ପାରିବେ । ଆଜିର ସମୟରେ ଇଣ୍ଟର ନେଟରେ ଅନେକ ଡିଟକ୍ସ ଡ୍ରିଙ୍କ ବାବଦରେ ଟିପ୍ସ ଦିଆଯାଉଛି । କିନ୍ତୁ ଏଗୁଡିକ ପଛରେ ହଜାର ହଜାର ଟଙ୍କା ଖର୍ଚ୍ଚ ନକରି କିମ୍ବା ଏହାର ପ୍ରସ୍ତୁତିରେ ହଇରାଣ ନ ହୋଇ ସହଜରେ ମିଳିପାରୁଥିବା ଘରୋଇ ଜିନିଷ ବ୍ୟବହାର କରି ଆପଣ ଦାମୀ ଡ୍ରିଂକ୍ସର ଲାଭ ନେଇ ପାରିବେ

। ଯାହାକି ଶରୀରର ମେଟାବୋଲିସମ ଆକ୍ଟିଭିଟିକୁ ବଢାଇବା ସହ ସହଜରେ ଓଜନ ହ୍ରାସ ବି ହୋଇପାରିବ । ଏଥିପାଇଁ ଆପଣଙ୍କୁ କିଛି ବିଶେଷ ଜିନିଷ ନୁହେଁ ଅଦା, ଜୁଆଣି ଓ ଲେମ୍ବୁ ହିଁ ଆବଶ୍ୟକ । ଏହି ତିନିଟିରେ ଭରପୂର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଅଛି । ଏହା ସହ ଶରୀରର ଫ୍ରି ରଡ଼ିକାଲସ ଗୁଡିକୁ ମଧ୍ୟ କଣ୍ଟ୍ରୋଲ କରିପରେ । ୨୦୧୯ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାଯାଇଛିକି, ଓଜନ ହ୍ରାସରେ ଅଦା ଖୁବ ଲାଭଦାୟୀ ହୋଇଥାଏ । ଯେବେକି ଜୁଆଣି ମେଟାବୋଲିସମ ବଢ଼ାଇବା ସହ ହଜମ ଜନିତ ସମସ୍ୟା ବି ଦୂର ହୋଇଥାଏ ।

ginger

କିପରି ପ୍ରସ୍ତୁତ କରିବେ ଜଣାନ୍ତୁ :

୧. ଅଧା ଇଂଚର ଅଦା

୨. ଗୋଟେ ଲେମ୍ବୁ

୩. ଗୋଟେ ଚାମଚ ଜୁଆଣି

୪ . ଗୋଟେ ଗ୍ଲାସ ପାଣି

ଗୋଟେ ଚାମଚ ଜୁଆଣି ଗୋଟେ ଗ୍ଲାସ ପାଣିରେ ରାତି ଯାକ ଭିଜେଇ ରଖିଦିଅନ୍ତୁ । ପର ଦିନ ଏହି ପାଣିକୁ ଗ୍ୟାସରେ ଗରମ କରି ଦିଅନ୍ତୁ । ଏବେ ଛେଚା ଯାଇଥିବା ବା କୋରା ଯାଇଥିବା ଅଦାକୁ ସେଥିରେ ପକାନ୍ତୁ । ଏବେ ଆଉ କିଛି ସମୟ ପାଇଁ ଚୁଳିଲେ ବସାଇ ଫୁଟାନ୍ତୁ । ଏବେ ଏହାକୁ ଛାଣି ଦିଅନ୍ତୁ। ଆଉ ସେଥିରେ କିଛି ଲେମ୍ବୁ ରସ ମିଶାଇ ଗରମ ଗରମ ପିଇ ଦିଅନ୍ତୁ । ଟେଷ୍ଟ ପାଇଁ ଆପଣ ଚାହିଁଲେ ଏଥିରେ ମହୁ କିମ୍ବା ଗୁଡ ମିଶାଇ ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.