Below header

ଅସ୍ତରଙ୍ଗ: କୂଳ ଲଂଘୁଛି ସମୁଦ୍ର, ଆତଙ୍କିତ ଅବସ୍ଥାରେ ୫ଟି ଗାଁର ବାସିନ୍ଦା

ପୁରୀ(କେନ୍ୟୁଜ୍): ଅସ୍ତରଙ୍ଗ ବ୍ଲକ୍‌ ଉଦୟକଣିରେ କୂଳ ଲଂଘୁଛି ସମୁଦ୍ର । ଆତଙ୍କିତ ଅବସ୍ଥାରେ ଆଖପାଖ ୫ଟି ଗାଁର ବାସିନ୍ଦା । ଶିଶୁଆ ପଞ୍ଚାୟତର ଉଦୟକଣି, ତଣ୍ଡହାର, କଲମକନି, ଛେନୁ ଓ ଶିଙ୍ଗାରପାଳ ଗାଁକୁ ଏବେ ଭୟ ଘାରିଛି । ଉଦୟକଣିରୁ ଛେନୁ ପର୍ଯ୍ୟନ୍ତ ୨ କିଲୋମିଟର ବ୍ୟାପୀ ସମୁଦ୍ର କୂଳ ଲଂଘୁଛି । ବେଶୀ ପ୍ରଭାବିତ ହେଉଛନ୍ତି ଚାଷୀ । ଏକର ଏକ ଚାଷ ଜମିରେ ଲୁଣାପାଣି ମାଡ଼ିଯାଇ ଧାନ ଚାଷ ନଷ୍ଟ ହୋଇଛି । ଲଘୁଚାପ, ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସମୁଦ୍ର ତାର କରାଳ ରୂପ ଦେଖାଉଛି । ଗତ ତିନି ଦିନ ହେବ ସମୁଦ୍ର ଦିନକୁ ଦୁଇ ଥର କ୍ଷୀପ୍ର ଗତିରେ କୂଳକୁ ମାଡ଼ିଆସୁଛି । ସମୁଦ୍ର ଢେଉକୁ ରୋକିବା ପାଇଁ ପୁରୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଉଦୟକଣି ସମୁଦ୍ର କୂଳରେ ୨ କିମି ବ୍ୟାପି ତିନି ସ୍ତରର କିଆ ଗଛ ଲଗାଇବା ସହ ଝାଉଁ ବାଡ଼ କରାଯାଇଛି । ହେଲେ ସମୁଦ୍ର ଢେଉ ବାଡ଼ ଭାଙ୍ଗି ଗାଁ ମୁହାଁ ହେଉଛି । ତେଣୁ ସମୁଦ୍ର କୂଳରେ ସ୍ଥାୟୀ ପଥର ପ୍ରାଚୀର କରିବାକୁ ସରକାରଙ୍କୁ ଗୁହାରୀ କରିଛନ୍ତି ୫ଟି ଗାଁର ଶତାଧିକ ବାସିନ୍ଦା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.