Below header

ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ଜାମିନ, ଠକେଇ ମାମଲାରେ ଗତକାଲି କରିଥିଲେ ଆତ୍ମସମର୍ପଣ

ରାଉରକେଲା(କେନ୍ୟୁଜ୍): ରାଉରକେଲା SDJMକୋର୍ଟରେ ସିସୋର ସଂସ୍ଥା ସିଏମଡି ପ୍ରଶାନ୍ତ ଦାଶ ଆତ୍ମସମର୍ପଣ କରିବା ପରେ ତାଙ୍କୁ ମିଳିଛି ଜାମିନ । ୧୨ ଜଣ ଜମାକାରୀଙ୍କ ନିକଟରୁ ୩ କୋଟିରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗରେ ତାଙ୍କ ନାଁରେ ୧୨ଟି କେସ ବିଚାରାଧୀନ ରହିଛି । ୪ଟି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାନ୍ତ ଦାଶ ଆତ୍ମ ସମର୍ପଣ କରିବା ପରେ ତାଙ୍କୁ ଜାମିନ ମିଳିଛି । ସିସୋର ସିଏମଡି ପ୍ରଶାନ୍ତ ଦାଶ ନିଜର ଜମାକାରୀଙ୍କୁ ଅଧିକ ସୁଧର ଲୋଭ ଦେଖାଇ ଠକି ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ୧୨ଜଣ ଜମାକାରୀ ରାଉରକେଲାର ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ। ଟଙ୍କା ଠକେଇ ଘଟଣାରେ ସିସୋର ସିଏମ୍‌ଡ଼ି ପ୍ରଶାନ୍ତ ଦାସଙ୍କ ସହ ଅନ୍ୟ ୬ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। …ଚିଟ୍‌ଫଣ୍ଡ ଟଙ୍କା ଠକେଇ ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜମାକାରୀଙ୍କ ଟଙ୍କା କିପରି ଫେରସ୍ତ ହେବ ସେ ନେଇ ପଦକ୍ଷେପ ନେବାକୁ ରାଉରକେଲା ଓକିଲ ସଂଘ ସଭାପତି ଦାବି କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.