ଥରେ ଖାଇଲେ ଆଉ ଥରେ ଖାଇବାକୁ ଇଚ୍ଛା ହେବ ‘ମେଥି ପକୁଡି’
ପକୁଡି ଖାଇବାକୁ କାହାକୁ ବା ଭଲ ଲାଗି ନ ଥାଏ। କେବଳ ବର୍ଷା ନୁହେଁ, ଯେ କୌଣସି ଋତୁରେ ବି ପକୁଡି ଖାଇବାର ମଜା ହିଁ କିଛି ଅଲଗା ଥାଏ। ଘରେ ହେଉ କି ବାହାରେ, ଆମେ ବିଭିନ୍ନ ପ୍ରକାର ପକୁଡି ଖାଇଥାଉ। କିନ୍ତୁ କେବେ ମେଥି ପକୁଡି ଆପଣ ଖାଇଛନ୍ତି କି? ଯଦି ନା, ତା’ହେଲେ ଜାଣି ରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ। ଥରେ ଖାଇଲେ, ଆଉ ଥରେ ଖାଇବାକୁ ଇଚ୍ଛା ହେବ ଏହି ରେସିପି।
ସାମଗ୍ରୀ
-ଗୋଟିଏ କପ୍ ତାଜା ମେଥି ପତ୍ର
-୧ କପ୍ ବେସନ
-୧ ଚାମଚ ନାଲି ଲଙ୍କାଗୁଣ୍ଡ
-୧/୪ ଛୋଟ ଚାମଚ ହେଙ୍ଗୁ
-ପତଳା କଟା ହୋଇଥିବା ଗୋଟିଏ ପିଆଜ
-୧/୨ ଛୋଟ ଚାମଚ ପେସା ଜିରା
-୧/୪ ଛୋଟ ଚାମଚ ଜୁଆଣି
-ଲୁଣ ସ୍ୱାଦ ଅନୁସାରେ
-୧ ବଡ଼ ଚାମଚ ଚାଉଳ ଚୁନା
ପ୍ରସ୍ତୁତି ପ୍ରଣାଳୀ
ଗୋଟିଏ ପାତ୍ରରେ ବେସନ, ଚାଉଳ ଚୁନା, ପିଆଜ, ଲୁଣ, ଲଙ୍କାଗୁଣ୍ଡ, ଜୁଆଣୀ, ଜିରା ପାଉଡର ଆଉ ହେଙ୍ଗୁ ନେଇ ଭଲ ଭାବେ ମିକ୍ସ କରନ୍ତୁ। ଏହାକୁ ଗାଢ଼ ଘୋଳ ବନାଇବା ପାଇଁ ଆବଶ୍ୟକ ପାଣି ଦିଅନ୍ତୁ। ଏହାପରେ ମେଥି ପତ୍ର ପକାନ୍ତୁ। ଆଉ ଏକ ପ୍ୟାନ୍ରେ ଡିପ୍ ଫ୍ରାଏ ପାଇଁ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ, ସେଥିରେ ପକୁଡି ଘୋଳକୁ ପକାଇ ଫ୍ରାଏ କରନ୍ତୁ। ସବୁ ପକୁଡିକୁ ସୁନେଲି ରଙ୍ଗ ହେବା ଯାଏ ଛାଣନ୍ତୁ। ଏହାପରେ ଏକ ପାତ୍ରକୁ କାଢ଼ିଆଣି ଗାର୍ନିସ୍ କରନ୍ତୁ।