ଓଜନ କମାଇବାକୁ ଚାହୁଁଥିଲେ ଖାଆନ୍ତୁ ସ୍ମୋକଡ୍ ଚିକେନ୍ ସାଲାଡ
ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ହିତକର ଖାଦ୍ୟ ହେଉଛି ସାଲାଡ। ତେଲ ମସାଲା ଠାରୁ ଦୂରରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଏହା ସବୁଠାରୁ ଭଲ ବିକଳ୍ପ। ତେବେ ପରିବା ଓ ଫଳରେ ତିଆରି ସାଲାଡ୍ ବିଷୟରେ ତ ସମସ୍ତେ ଜାଣନ୍ତି। କିନ୍ତୁ ଆପଣ ଚିକେନ୍ରେ ତିଆରି ସାଲାଡ୍ କଥା କେବେ ଶୁଣିଛନ୍ତି କି! ଚିକେନ୍ ସାଲାଡ୍ ସ୍ୱାଦରେ ଯେମିତି ଟେଷ୍ଟି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେହିପରି ହିତକର ହୋଇଥାଏ। ଆସନ୍ତୁ ଜାଣିବା ସ୍ମୋକଡ ଚିକେନ୍ ସାଲାଡ୍ ପ୍ରସ୍ତୁତି ବିଧି:
ଏହାସହ ପଢନ୍ତୁ: କେବଳ ଅଳଙ୍କାର ନୁହେଁ, କ୍ୟାନସରଠୁ ଆର୍ଥରାଇଟିସ୍ ପର୍ଯ୍ୟନ୍ତ ରୋଗ ଭଲ କରେ ସୁନା
ଆବଶ୍ୟକୀୟ ସାମଗ୍ରୀ:
-ଚିକେନ୍
-ଗ୍ରୀନ୍, ୟେଲୋ, ରେଡ଼୍ କ୍ୟାପସିକମ୍
-ଟମାଟୋ
-ପିଆଜ
-କାକୁଡ଼ି
-ଲେମ୍ବୁ ରସ
-ଲୁଣ
-ଦହି
ପ୍ରସ୍ତୁତି ପ୍ରଣାଳୀ:
-ପ୍ରଥମେ ଚିକେନ୍ରେ ଦହି, ଲୁଣ ଓ ଗୋଲମରିଚ ପକାଇ ମ୍ୟାରିନେଟ୍ କରି ୧୫ ମିନିଟ୍ ରଖନ୍ତୁ।
-ଏବେ ଓଭାନ୍କୁ ୩୬୦ ଡିଗ୍ରୀ ସେଲ୍ସିୟସ୍ରେ ପ୍ରି-ହିଟ୍ କରନ୍ତୁ।
-ବେକିଂ ସିଟ୍ରେ ମ୍ୟାରିନେଟ୍ ଚିକେନ୍ ସହ କିଛି ବାଦାମ ରଖି ୧୦ ମିନିଟ୍ ପର୍ଯ୍ୟନ୍ତ କୁକ୍ ହହେବାକୁ ଛାଡ଼ିଦିଅନ୍ତୁ। ଚିକେନ୍ ସୁନେଲି ରଙ୍ଗ ହେବା ପରେ ଓଭାନ୍ ବନ୍ଦ କରି ଏହାକୁ ବାହାରକୁ କାଢ଼ି ନିଅନ୍ତୁ।
-ଚିକେନ୍କୁ ଏକ ପାତ୍ରକୁ କାଢ଼ି ସେଥିରେ ଟମାଟୋ, ସବୁ କ୍ୟାପସିକମ୍, ପିଆଜ, କାକୁଡ଼ି, ଲୁଣ, ସାମାନ୍ୟ ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ ଓ ଚିଜ୍ ପକାଇ ସର୍ଭ କରନ୍ତୁ ସ୍ମୋକଡ୍ ଚିକେନ୍ ସାଲାଡ।
-ଚିକେନ୍ର ଏହି ଆଇଟମ୍ରେ ଆଦୌ ତେଲ ଓ ମସାଲା ବ୍ୟବହାର ହୋଇନଥାଏ। ଚିକେନ୍ ସାଲାଡ୍ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବା ବେଳେ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରେ। ମାତ୍ର ୩୦ ମିନିଟ୍ରେ ଆପଣ ଏହି ସ୍ୱାସ୍ଥ୍ୟକର ସାଲାଡ୍ ପ୍ରସ୍ତୁତ କରିପାରିବେ।