Below header

କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବା ଦାବିରେ ୯ ମିନିଟ ଘଣ୍ଟଘଣ୍ଟା ବଜାଇଲେ ସେବାୟତ

ଶୀଘ୍ର ଖୋଲାଯାଉ ମନ୍ଦିର । ମନ୍ଦିର ଖୋଲନ୍ତୁ ନହେଲେ, ସେବାୟତଙ୍କୁ ଆର୍ଥିକ ସହାୟତା ଦିଅନ୍ତୁ । କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବା ଦାବିରେ ଘଣ୍ଟଘଣ୍ଟା ବଜାଇଲେ ସେବାୟତ । ଆଜି ସକାଳ ୯ଟାରୁ ସମସ୍ତ ମନ୍ଦିର ଓ ସେବାୟତଙ୍କ ଘରେ ଘଣ୍ଟଘଣ୍ଟା ବାଜିଛି । କହିରଖିବା ଉଚିତ ହେବଯେ, ଶ୍ରୀମନ୍ଦିର ଖୋଲିବା ଦାବି ନେଇ ଗତକାଲି ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଥିଲେ ସେବାୟତ ।

puri temple

ସୂଚନା ଦେବା ଯୋଗ୍ୟକି, ଏଥିଲାଗି ପୂର୍ବରୁ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲା ଓଡ଼ିଶା ମନ୍ଦିର ସେବାୟତ ସଂଘ । ଅନ୍ୟପକ୍ଷରେ, ଶ୍ରୀମନ୍ଦିର ଖୋଲିବାକୁ ଦାବି କରି ଗତକାଲି ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଥିଲେ କିଛି ସେବାୟତ। ପରେ ପୁରୀ ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଧାରଣାରେ ବସିଥିବା ସେବାୟତଙ୍କ ସହ ଆଲୋଚନା କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.