Below header

ଦ୍ୱିତୀୟ ଦିନରେ ବଲାଙ୍ଗିର ବନ୍ଦ : ଜୀବନଯାତ୍ରା ପ୍ରଭାବିତ

ବଲାଙ୍ଗିର (କେନ୍ୟୁଜ୍‌) : ଆଜି ଦ୍ୱିତୀୟ ଦିନରେ ବଲାଙ୍ଗିର ବନ୍ଦ । ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ବାଇପାସ୍‌ ନିର୍ମାଣ ଦାବିରେ କ୍ରିୟାନୁଷ୍ଠାନ କମିଟି ବନ୍ଦ ପାଳନ କରୁଛି । ଦ୍ୱିତୀୟ ଦିନରେ ବି ଆନ୍ଦୋଳନ ଜୋରଦାର କରାଯାଇଛି। ଫଳରେ ସମସ୍ତ ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ ରହିଛି । ବସ୍‌ ଯାତ୍ରୀ ହଇରାଣ ହେଉଛନ୍ତି । ସରକାରୀ, ବେସରକାରୀ କାର୍ୟ୍ୟାଳୟ ସହ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ବନ୍ଦକୁ ସମର୍ଥନ କରି ସାମିଲ ହୋଇଛି ବଜରଙ୍ଗ ଦଳ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ବାଇପାସ୍‌ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହୋଇଥିବାବେଳେ ଏଥିରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ କରିଛି ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି । ବାଇପାସ ନିର୍ମାଣ ଦାବିରେ ଗତକାଲି ଜିଲ୍ଲା କଂଗ୍ରେସ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.