Below header

ଶ୍ରୀମନ୍ଦିର ପରିଚାଳନରେ ସଂସ୍କାର : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନେଇ ଜନଶୁଣାଣି

ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିର ସଂପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ବିଭିନ୍ନ ପକ୍ଷଙ୍କ ମତାମତ ସଂଗ୍ରହ ପାଇଁ ଜନଶୁଣାଣି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ୩ ଜଣିଆ କମିଟି ଶ୍ରୀମନ୍ଦିର ପ୍ରଶାସନରେ ଏହି ଜନଶୁଣାଣି କରିବେ । ବରିଷ୍ଠ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଆଇପିଏସ୍ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ମହିମୋହନ ତ୍ରିପାଠୀ ସଦସ୍ୟ ଅଛନ୍ତି ।

ଏହି କମିଟି ନିକଟରେ ସେବାୟତ ଓ ଭକ୍ତ ନିଜ ମତ ରଖିପାରିବେ । ଏହି କମିଟି ଦେଶର ବିଭିନ୍ନ ମନ୍ଦିରର ସେବାପୂଜା, ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହି ନିର୍ଦ୍ଦେଶ ପରେ ରାଜ୍ୟ ସରକାର କମିଟି ଗଠନ କରିଥିଲେ । କମିଟି ଏହି ଜନଶୁଣାଣି ପରେ ସୁପିମକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.