ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବ ଟ୍ରିପଲ ତଲାକ୍ ବିଲ୍

ନୂଆଦିଲ୍ଲୀ : ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବ ଟ୍ରିପଲ ତଲାକ୍ ବିଲ୍ । ମୁସଲିମ୍ ମହିଳା ବିବାହ ସୁରକ୍ଷା ଅଧିକାର ବିଲ ୨୦୧୭ ଲୋକସଭାର ଅନୁମୋଦନ ପାଇ ସାରିଛି । କିନ୍ତୁ ରାଜ୍ୟସଭାରେ ଅଟକି ଯାଇଛି । କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି । ତେଣୁ ଏଥିରେ କିଛି ସଂଶୋଧନ ଆଣି ସରକାର ଏହି ବିଲ ରାଜ୍ୟସଭାରେ ଉପସ୍ଥାପିତ କରିବାକୁ ଯାଉଛନ୍ତି । ଏଥର କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଙ୍କ ସମର୍ଥନରେ ବିଲ ପାସ ହେବା ନେଇ ସରକାର ଆଶା ରଖିଛନ୍ତି । ରାଜ୍ୟସଭାରେ ଉପସ୍ଥାପନ ହେବା ପୂର୍ବରୁ ବିଲରେ ସଂଶୋଧନ କରାଯାଇଥିଲା । ଗତକାଲି ଏହାକୁ ମଞ୍ଜୁରୀ ପ୍ରଦାନ କରିଥିଲା କ୍ୟାବିନେଟ୍ । ବିଲ୍ ଆଇନରେ ପରିଣତ ହେଲେ, ତିନି ଥର ତଲାକ ଉଚ୍ଚାରଣ କରି ତତ୍କ୍ଷଣାତ ଛାଡପତ୍ର ଦେବା, ଦଣ୍ଡନୀୟ ଅପରାଧ ହେବ । ୩ ବର୍ଷ ପର୍ୟ୍ୟନ୍ତ ଜେଲ ଏବଂ ଜରିମାନା ବ୍ୟବସ୍ଥା ରହିଛି ।

triple talaqସଂଶୋଧିତ ବିଲ୍ ଅନୁଯାୟୀ, କେବଳ ପୀଡ଼ିତା ମହିଳା କିମ୍ବା ତାଙ୍କ ପରିବାର ପକ୍ଷରୁ ହିଁ ଟ୍ରିପଲ ତଲାକ ବିରୋଧରେ ଥାନାରେ ଅଭିଯୋଗ କରାଯାଇ ପାରିବ । ଯଦି ସ୍ୱାମୀ ବୁଝାମଣା ପାଇଁ ଚାହାନ୍ତି, କେବଳ ସ୍ତ୍ରୀ ହିଁ ମାମଲା ପ୍ରତ୍ୟାହାର କରିପାରିବେ । ପୂର୍ବ ବିଲରେ ଏହି ଅପରାଧ ନନ୍ ବେଲେବଲ ଥିଲା । ଏବେ ଜାମିନ ବ୍ୟବସ୍ଥା ରହିଛି । କିନ୍ତୁ ଅଭିଯୋଗକାରିଣୀ ନଚାହିଁଲେ ଅଭିଯୁକ୍ତ ସ୍ୱାମୀଙ୍କୁ ଜାମିନ ମିଳିବ ନାହିଁ । ସେପଟେ ବିଜେପିର ସମସ୍ତ ସାଂସଦ ରାଜ୍ୟସଭାରେ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ହ୍ଵିପ୍ ଜାରି ହୋଇଛି । ଗତ ମାସରେ ରାହୁଲ ଗାନ୍ଧି ମହିଳା ସଂରକ୍ଷଣ ବିଲ୍ ପାସ କରାଇବାକୁ ନେଇ ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଉତ୍ତରରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ରିପଲ ତଲାକ୍ ବିଲ୍କୁ ସମର୍ଥନ କରିବାକୁ କଂଗ୍ରେସକୁ ଆହ୍ଵାନ ଦେଇଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.