Below header

କେରଳରେ ବର୍ଷା ବିତ୍ପାତ ଜାରି : ଉଦ୍ଧାର କାର୍ଯ୍ୟରେ ସେନା ନିୟୋଜିତ

କୋଚି : ପ୍ରବଳ ବର୍ଷାରେ ବେହାଲ ପୂରା କେରଳ ରାଜ୍ୟ । ବର୍ଷା, ବନ୍ୟା ଓ ମାଟି ଧସିବା ଯୋଗୁଁ କେରଳରେ ୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । କେତେକ ଅଞ୍ଚଳରେ ବର୍ଷା ପାଣି ଭର୍ତ୍ତି ହୋଇ ରହିଛି । ସେନା, ନୌସେନା ଓ ଏୟାରଫୋର୍ସ, କୋଷ୍ଟଗାର୍ଡ଼ ଏବଂ ଏନ୍‌ଡିଆରଏଫ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଇଡୁକ୍କି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ଭୂସ୍ଖଳନ ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ମାଟି ତଳୁ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୩୭ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଯୋଗୁ ରେଳ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ସେହିପରି କୋଚି ଏୟାରପୋର୍ଟ ଏବଂ ସହରର ପ୍ରସିଦ୍ଧ ଶିବ ମନ୍ଦିରରେ ମଧ୍ୟ ପାଣି ପଶିଯାଇଥିଲା । ପ୍ରବଳ ବର୍ଷା ଯୋଗୁ ଏର୍ଣ୍ଣାକୁଲମ୍‌ର ସହରର ଅବସ୍ଥା ବି ଶୋଚନୀୟ ହୋଇପଡ଼ିଛି । ପାଣି ଘେରରେ ଥିବା ଲୋକଙ୍କୁ ନୌକା ସାହାଯ୍ୟରେ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.