Below header

ବୈତରଣୀ ନଦୀରେ ଚଳିତ ବର୍ଷର ଦ୍ୱିତୀୟ ବନ୍ୟା

ଭଦ୍ରକ (କେନ୍ୟୁଜ୍) : ବୈତରଣୀ ନଦୀରେ ଚଳିତ ବର୍ଷର ଦ୍ୱିତୀୟ ବନ୍ୟା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର । ଏଠାରେ ବିପଦ ସଙ୍କେତ ୧୭.୮୩ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୮.୧୫ ଉପରେ ରହିଛି । ଜଳସ୍ତର ବୃଦ୍ଧି ଯୋଗୁ ଭଣ୍ଡାରୀପୋଖରୀ ବ୍ଲକର ୫ଟି ଓ ଧାମନଗର ବ୍ଳକର ୪ଟି ପଞ୍ଚାୟତ ଜଳମଗ୍ନ ହୋଇଛି । ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟା ଜଳ ମାଡି ଯାଇଛି । ବର୍ଷା ସହ ବନ୍ୟା ପାଣି ଲୋକଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି । ତେବେ ଏଥିପାଇଁ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.