Below header

କନ୍ଧମାଳ ଓ କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ସୁରକ୍ଷା କର୍ମୀ-ମାଓବାଦୀ ଗୁଳି ବିନିମୟ, ମାଓ କ୍ୟାମ୍ପ ଠାବ ସହ ଦୁଇରୁ ଅଧିକ ବନ୍ଧୁକ ଜବତ

କେନ୍ୟୁଜ (ବ୍ୟୁରୋ): କନ୍ଧମାଳ ଓ କଳାହାଣ୍ଡି ସୀମାନ୍ତ ପାଙ୍ଗାବାଜୁ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସୁଦ୍ର ପଞ୍ଚାୟତର ଟିକରବାଜୁ ନିକଟସ୍ଥ ପାଙ୍ଗାବାଜୁ ଜଙ୍ଗଲ ଓ କଳାହାଣ୍ଡି ଜିଲ୍ଲା ଏମ.ରାମପୁର ଥାନା ଲୁବେନଗଡ଼ ପଞ୍ଚାୟତର ସୀମାନ୍ତ ଜଙ୍ଗଲରେ ଗୁଳିବିନିମୟ ହୋଇଛି ।

ଏସଓଜି ଓ ଡିଭିଏଫ ପକ୍ଷରୁ କମ୍ବିଂ ଅପରେସନ ବେଳେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଗୁଳିବିନିମୟ ହୋଇଥିଲା । ପାଙ୍ଗାବାଜୁ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ସହ ଦୁଇରୁ ଅଧିକ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି । ଜଙ୍ଗଲରେ ସର୍ଚ୍ଚ ଅପରେସନ ଓ କମ୍ବିଂ ଜାରି ରହିଥିବାରୁ ମୃତାହତ ନେଇ ସ୍ପଷ୍ଟ ସୂଚନା ମିଳିପାରିନି । ଗତ ୯ ତାରିଖରେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଏମ. ରାମପୁର ଥାନା ସିରକି ଜଙ୍ଗଲରେ ୫ ମାଓବାଦୀ ନିହତ ହୋଇଥିବା ବେଳେ ଦୁଇ ଯବାନ ସହିଦ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.