ଭାରତରେ ବଢ଼ୁଛି ଲଭ୍‌ ଜିହାଦ ମାମଲା : କାନପୁରରେ ଗୋଟିଏ ମାସରେ ୧୧ ମାମଲା, ତଦନ୍ତ ପାଇଁ ଗଠନ ହେଲା ଟିମ୍‌

କାନପୁର : ଦେଶରେ ଏବେ ପାକିସ୍ତାନ ପକ୍ଷରୁ ବିଭିନ୍ନ ପ୍ରକାର ଜିହାଦ କାର୍ଯ୍ୟକ୍ରମ ଜାରି ରହିଛି । ଏବେ ପାକିସ୍ତାନ ପ୍ରାୟୋଜିତ ‘ଲଭ୍‌ ଜିହାଦ’ କାର୍ଯ୍ୟକ୍ରମ ଜାରି ରହିଛି ଭାରତରେ । କେବଳ ଗୋଟିଏ ମାସରେ କାନପୁରରେ ୧୧ଟି ଲଭ୍‌ ଜିହାଦ ମାମଲା ଜଣାପଡ଼ିବା ପରେ ଉତ୍ତରପ୍ରଦେଶ ପୋଲିସ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି) ଗଠନ କରିଛି ।

jihad-1

କେବଳ କାନପୁରରେ ୧୧ଟି ଧର୍ମ ପରିବର୍ତ୍ତନ କରି ଜୋର୍‌ ଜବରଦସ୍ତ ବିବାହ ମାମଲା ଆସିବା ପରେ ହିନ୍ଦୁ ସଂଗଠନ ଅଭିଯୋଗ କରିଥିଲା । ଏବେ ଏହାର ତଦନ୍ତ ପାଇଁ କାନପୁରରେ ଏକ ୮ ଜଣିଆ ପୋଲିସ୍‌ ଟିମ୍‌ ଗଠନ କରାଯାଇଛି । କାନପୁର (ଦକ୍ଷିଣ) ଆଇଜି ଦୀପକ ଭୁକରଙ୍କ ନେତୃତ୍ୱରେ ଏହି ଘଟଣାରେ ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କରାଯାଇଛି ।

jihad-2

କାନପୁରରେ ସକ୍ରିୟ ହୋଇ ଉଠିଥିବା ‘ଲଭ୍ ଜିହାଦ’ ରାକେଟକୁ କିଏ ଆର୍ଥିକ ସହାୟତା ଯୋଗାଉଛି ତାର ତଦନ୍ତ ମଧ୍ୟ ପୁଲିସ କରିବ ବୋଲି ଜଣାପଡ଼ିଛି। “କିଛି ଇସଲାମିକ ସଂଗଠନ ଏଭଳି ଦେଶ ବିରୋଧୀ କାର୍ଯ୍ୟରେ ଜଡ଼ିତ ଅଛନ୍ତି ବୋଲି ଏକ ଖବର ସରବରାହ ସଂସ୍ଥାକୁ ଜଣେ ବ୍ୟକ୍ତି କହିଛନ୍ତି ।

ଲଭ୍‌ ଜିହାଦ କ’ଣ : ଆର୍ଥିକ ପ୍ରଲୋଭନ, ବଳ ପୟୋଗ କିମ୍ବା ପ୍ରେମ ଜାଲରେ ଫସାଇ କରି ଅନ୍ୟ ସମ୍ପ୍ରଦାୟର ମହିଳାଙ୍କୁ ମୁସ୍‌ଲମାନ୍‌ ସମ୍ପ୍ରଦାୟରେ ବିବାହ କରାଇବାକୁ ‘ଲଭ୍‌ ଜିହାଦ’ କୁହାଯାଏ । କିଛି ଯୁବକ ନିଜର ପରିଚୟ ଲୁଚାଇ ଅନ୍ୟ ସମ୍ପଦ୍ରାୟର ଯୁବତୀଙ୍କୁ  ପ୍ରେମ ଜାଲରେ ଫସାଇ ତାଙ୍କୁ ବିବାହ କରିଥାନ୍ତି । ପରେ ବଳପୂର୍ବକ ସେମାନଙ୍କର ଧର୍ମ ପରିବର୍ତ୍ତନ କରାଇଥାନ୍ତି ।

jihad-3

ଭାରତରେ ଏହି ଲଭ୍‌ ଜିହାଦ ଚାଲୁ ରଖିବା ପାଇଁ ବାହାର ଦେଶର ବିଭିନ୍ନ ମୁସ୍‌ଲିମ୍‌ ସଂଗଠନ ପକ୍ଷରୁ ଭାତରରେ ଥିବା ମୁସଲମାନ୍‌ ଯୁବକଙ୍କୁ  ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି ।

ଗତ ଜୁଲାଇ ମାସରେ କାନପୁରର ଶାଳିନୀ ଯାଦବ ନାମକ ଜଣେ ଯୁବତୀ ମୁସଲ୍‌ମାନ ଯୁବକ ଫୈଜଲଙ୍କୁ ବିବାହ କରିଥିଲେ । ଏହି ଯୁବତୀଙ୍କୁ ଫସାଯାଇ ବିବାହ କରାଯାଇଥିବା ନେଇ ଅଭିଯୋଗ ଉଠିଥିଲା । ତେବେ ଯୁବତୀ ଜଣକ ପରେ ନିଜ ଇଚ୍ଛାରେ ବିବାହ କରିଥିବା ଓ ଧର୍ମ ପରିବର୍ତ୍ତନ କରିଥିବା କହିଥିଲେ । କାନପୁରରେ ଏପରି ୧୧ ଟି ମାମଲା ଜଣାପଡ଼ିବା ପରେ ପୋଲିସ ତଦନ୍ତ ପାଇଁ ହିନ୍ଦୁ ସଂଗଠନ ଦାବି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.