Below header

ଖୋର୍ଦ୍ଧା ପୋଲିସ୍‌ର ଆଗୁଆ ପଦକ୍ଷେପ, ପଥର ଖଣିରେ ନେଇ ଜବତ ବିସ୍ଫୋରକକୁ ନଷ୍ଟ କଲା

ଖୋର୍ଦ୍ଧା : ବଳଙ୍ଗା ଥାନା ଘଟଣା ପରେ ଏବେ ଜବତ ବିସ୍ଫୋରକକୁ ନେଇ ବିଭିନ୍ନ ଥାନାର ପୋଲିସ୍‌ ଛାନିଆ । କାଳେ ପୁଣି କିଛି ଅଘଟଣ ଘଟିବ ? ଏଇ ଆଶଙ୍କା ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି । ଗତକାଲି କ୍ରାଇମ୍‌ ବ୍ରାଞ୍ଚ ଏଡିଜି ଜବତ ବିସ୍ଫୋରକକୁ ନେଇ ଗାଇଡ୍‌ ଲାଇନ୍‌ ଜାରି କରିବା ପରେ ଆଜି ଖୋର୍ଦ୍ଧା ପୋଲିସ୍‌ ତାର କାମ ଆରମ୍ଭ କରି ଦେଇଛି । ଜିଲ୍ଲା ପୋଲିସ୍‌ ଜବତ କରିଥିବା ଅନେକ ବିସ୍ଫୋରକୁ ଆଜି ନଷ୍ଟ କରାଯାଇଛି । ଅରାଙ୍ଗ ଗ୍ରାମର ଥିବା ଏକ ପରିତ୍ୟକ୍ତ ପଥର ଖଣିରେ ଏହି ସବୁ ବିସ୍ଫୋରକଗୁଡିକୁ ନଷ୍ଟ କରିଛି ଖୋର୍ଦ୍ଧା ପୋଲିସ ।

ବଳଙ୍ଗା ଥାନାରେ ବିସ୍ଫୋରଣ ହେବା ପରେ ଖୋର୍ଦ୍ଧା ପୋଲିସ ଛାତିରେ ଛନକା ପଶିଛି । ତେଣୁ ଦୀର୍ଘ ଦିନ ଧରି ବିଭିନ୍ନ ମାମଲାରେ ଜବତ ହୋଇଥିବା ବିପୁଳ ପରିମାଣର ବିସ୍ପୋରକ ଗୁଡିକୁ ଖୋର୍ଦ୍ଧା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅରାଙ୍ଗ ଗାଁ ଠାରୁ ଦୂରରେ ଥିବା ଏକ ପରିତ୍ୟକ୍ତ ମାଙ୍କଡ଼ା ପଥର ଖଣିକୁ ନେଇ ନଷ୍ଟ କରାଯାଇଛି । ଖୋର୍ଦ୍ଧା ଅଗ୍ନିଶମ ବାହିନୀ, ବମ୍ ସ୍କ୍ଵାର୍ଡ ଓ ଜିଲ୍ଲା ପୋଲିସର ମିଳିତ ସହଯୋଗରେ ବିସ୍ଫୋରକଗୁଡିକୁ ନଷ୍ଟ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.