ସ୍କୁଲରେ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଯୁବକଙ୍କ ପରିବାର

ସୋର (କେନ୍ୟୁଜ) : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ଚୁଡୁଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏଠାରେ ରହୁଥିବା କମଳଲୋଚନ ଶିଅଳଙ୍କ ପୁଅ ଅଶୋକ କୁମାର ଶିଅଳଙ୍କ ଅଡ଼ା ସ୍ଥିତ ବାସଭବନରୁ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଏ ନେଇ ଅଶୋକଙ୍କ ବାପା କମଳ ଲୋଚନ ତାଙ୍କ ବହୂ ସୁଚିସ୍ମିତା ତାଙ୍କ ପୁଅକୁ ହତ୍ୟା କରି ନିଜ ବାପଘରକୁ ପଳାଇଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।

ତେବେ ମୃତକ ଅଶୋକ କୁମାରଙ୍କ ବାପା ଏହା ମଧ୍ୟ କହିଛନ୍ତି ଯେ ମୋ ବୋହୁର ଅନ୍ୟ କାହା ସଙ୍ଗେ ସଂପର୍କ ଥିଲା, ଯାହା ପାଇଁ ମୋ ପୁଅ ସହିତ ଝଗଡା କରି ମୋ ବୋହୁ ଷଡଯନ୍ତ୍ର କରି ଲୋକ ଲଗାଇ ମୋ ପୁଅକୁ ମାରିଦେଇଛି । ତେବେ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଶବ ଉଦ୍ଧାର କରିବା ସହିତ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ ମୃତ ଅଶୋକ ଉକ୍ତ ଥାନା ଅଡ଼ା ବଜାର ନିକଟରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ଖେଲି ନିଜ ପତ୍ନୀ ସୁଚିସ୍ମିତା ଏବଂ ପୁଅଙ୍କ ସହିତ ରହୁଥିଲେ। ଗତକାଲି ଅଶୋକ ରହୁଥିବା ଘର କବାଟ ନଖୋଲିବାରୁ ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ଅଶୋକଙ୍କ ବାପା କମଳଲୋଚନ ଆସି କବାଟ ଖୋଲି ଅଶୋକଙ୍କ ଝୁଲନ୍ତା ଅବସ୍ଥାରେ ମୃତ୍ୟୁବରଣ କରିଥିବା ଦେଖିଥିଲେ।ହେଲେ ଘରେ ବହୂ ସୁଚିସ୍ମିତ ନଥିବାରୁ ବହୂ ହିଁ ତାଙ୍କ ପୁଅକୁ ମାରିଥିବା ସନ୍ଧେହ କରିଛନ୍ତି ଅଶୋକଙ୍କ ବାପା ।

ତେବେ ଏହି ଘଟଣା ଉପରେ ସିମୁଳିଆ ପୋଲିସ ତଦନ୍ତ ଚଳାଇଥିବାବେଳେ ଶଶୁର କମଳଲୋଚନଙ୍କ ଅଭିଯୋଗକୁ ବହୂ ସୁଚିସ୍ମିତା ଖଣ୍ତନ କରିଛନ୍ତି। ସେ କହିଛନ୍ତି ଘରୋଇ ଗଣ୍ଡୋଗୋ ଳରୁ ହୁଏତ ସେ ଆତ୍ମହତ୍ୟା କରିଥାଇପାରନ୍ତି । ଅନ୍ୟପଟେ ତଦନ୍ତପରେ ଘଟଣାର ସତ୍ୟତା ସାମ୍ନାକୁ ଆସିବବୋଲି ସିମୁଳିଆ ଆଇଆଇସି ଜୟନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.