Below header

ରାଜଧାନୀରେ ପାଳିତ ହୋଇଛି ଓଡ଼ିଶା ବରିଷ୍ଠ ନାଗରିକ ଅଷ୍ଟମ ପ୍ରତିଷ୍ଠା ଦିବସ ଉତ୍ସବ

ଭୁବନେଶ୍ୱର : ରାଜଧାନୀରେ ପାଳିତ ହୋଇଛି ଓଡ଼ିଶା ବରିଷ୍ଠ ନାଗରିକ ଅଷ୍ଟମ ପ୍ରତିଷ୍ଠା ଦିବସ ଉତ୍ସବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ ବରିଷ୍ଠ ନାଗରିକମାନେ ସମାଜର ଦିଗଦର୍ଶକ ବୋଲି କହିଥିଲେ। ରାଜ୍ୟ ସରକାର ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରୀ ଯୋଜନା ଠାରୁ ଆରମ୍ଭ କରି ଅନେକ ଯୋଜନା ହାତକୁ ନେଇଛନ୍ତି। ପ୍ରତ୍ୟେକ ଓ୍ଵାର୍ଡରେ ଡି-କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି। ଓଡିଶା ଏକ ମାତ୍ର ରାଜ୍ୟ ଭାବେ ବରିଷ୍ଠ ନାଗରିକଙ୍କ ପାଇଁ ବହୁ ସୁବିଧା ଗ୍ରହଣ କରିଛନ୍ତି।

ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଟ୍ଵିନିସିଟିର ବିଭିନ୍ନ ଥାନାରେ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ପୋଲିସ କମିସନର କହିଛନ୍ତି । ସେମାନେ ଯେଭଳି କୌଣସି ପରିସ୍ଥିତିରେ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ କମିସନରେଟ ସଂପୁର୍ଣ୍ଣ ସଜାଗ ରହି଼ଛି। ବରିଷ୍ଠ ନାଗରିକଙ୍କ ପେନସନ ୩ ଶହ ଟଙ୍କାକୁ ବୃଦ୍ଧି କରି ଏକ ହଜାର ଟଙ୍କା କରିବାକୁ ସଂଘ ଦାବି ଜଣାଇଛି। ତେବେ ବରିଷ୍ଠ ନାଗରିକଙ୍କ ପାଇଁ ଯୋଜନା ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛି ସଂଘ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.