ପୁଣି ବାଲେଶ୍ୱର ଆଇଟିଆରରୁ ଗୁପ୍ତ ତଥ୍ୟ ଲିକ୍‌ ଅଭିଯୋଗ, ହନିଟ୍ରାପ ଲିଙ୍କ୍‌ରେ ବରିଷ୍ଠ ଅଧିକାରୀ ଗିରଫ

ପାକିସ୍ତାନକୁ ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତତଥ୍ୟ ଦେଇଥିଲେ ଅଭିଯୁକ୍ତ । ଅଶ୍ଳୀଳ ଭିଡିଓ ଦେଇ ତଥ୍ୟ ହାସଲ କରୁଥିଲେ ପାକିସ୍ତାନୀ ଏଜେଣ୍ଟ । ଘଟଣାରେ ଆଉ କିଛି ଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ । ପ୍ରେସ୍‌ମିଟରେ ପୂର୍ବାଞ୍ଚଳ IG ହିମାଂଶୁ ଲାଲଙ୍କ ସୂଚନା

ବାଲେଶ୍ବର(କେନ୍ୟୁଜ୍): ପୁଣି ବାଲେଶ୍ୱର ଆଇଟିଆରରୁ ଗୁପ୍ତ ତଥ୍ୟ ଲିକ୍‌ ଅଭିଯୋଗ । ପାକିସ୍ତାନ ହନିଟ୍ରାପ ଲିଙ୍କ୍‌ରେ ଆଇଟିଆପ ବରିଷ୍ଠ ଅଧିକାରୀ ଗିରଫ । ଚାନ୍ଦିପୁର ITRର ବରିଷ୍ଠ ଅଫିସରଙ୍କୁ ଗିରଫ କଲା ପୋଲିସ । ପାକିସ୍ତାନକୁ ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତତଥ୍ୟ ଦେଇଥିଲେ ଅଭିଯୁକ୍ତ । ଅଶ୍ଳୀଳ ଭିଡିଓ ଦେଇ ତଥ୍ୟ ହାସଲ କରୁଥିଲେ ପାକିସ୍ତାନୀ ଏଜେଣ୍ଟ ।

ଘଟଣାରେ ଆଉ କିଛି ଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ । ପ୍ରେସ୍‌ମିଟରେ ପୂର୍ବାଞ୍ଚଳ IG ହିମାଂଶୁ ଲାଲଙ୍କ ସୂଚନା । ପୂର୍ବରୁ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ରୁ ଗୁପ୍ତ ତଥ୍ୟ ପ୍ରଘଟ ଘଟଣାରେ ୫ ଜଣ କର୍ମଚାରୀକୁ ଗିରଫ କରିଥିଲା ଚାନ୍ଦିପୁର ପୋଲିସ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.