ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ୱାମୀ ଦେବୀସିଂହ ଶେଖାଓ୍ଵତ୍ଙ୍କ ପରଲୋକ, କିଛି ଦିନ ତଳେ ହୃଦ୍ଘାତ ଯୋଗୁ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି
ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ୱାମୀ ଦେବୀସିଂହ ଶେଖାଓ୍ଵତ୍ଙ୍କର ହୃଦ୍ଘାତରେ ପରଲୋକ ଘଟିଛି। ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ପୁଣେର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ୱାମୀ ଦେବୀସିଂହ ଶେଖାଓ୍ଵତ୍ଙ୍କର ୮୯ ବର୍ଷ ବୟସରେ ହୃଦ୍ଘାତରେ ପରଲୋକ ଘଟିଛି। ପୁଣେର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତିଙ୍କ ପରିବାର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। କିଛି ଦିନ ତଳେ ଶେଖାଓ୍ଵତ୍ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସୂତ୍ରରୁ ଜଣାପଡ଼ିଛି ଯେ ହାର୍ଟ ଆଟାକ୍ରେ ଆଜି ସକାଳେ ତାଙ୍କର ନିଧନ ହୋଇଛି। ପରିବାରରେ ପତ୍ନୀ ପ୍ରତିଭା ପାଟିଲଙ୍କ ସହ ଦୁଇ ଝିଅପୁଅ ଅଛନ୍ତି। ଶେଖାଓ୍ଵତ୍ଙ୍କ ଅନ୍ତିମ ସଂସ୍କାର ପୁଣେରେ କରାଯିବ।
୧୨ ଫେବୃୟାରୀ ସକାଳେ ଦେବୀସିଂହ ଶେଖାଓ୍ଵତ୍ ପୁଣେ ସ୍ଥିତ ନିଜ ଘରର ଲନ୍ ବାହାରେ ପଡ଼ି ଯାଇଥିଲେ। ତାଙ୍କର ସର୍ଜରୀ କରାଯାଇଥିଲା। ହେଲେ ପରେ ଉଚ୍ଚ ରକ୍ତଚାପ, କିଡ୍ନୀ ନଷ୍ଟ ସମେତ ଅନେକ ଜଟିଳତା କାରଣରୁ ତାଙ୍କର ନିଧନ ହୋଇଛି।