Below header

ଭୁବନେଶ୍ୱର : ରେଳ ଧାରଣା କଡ଼ରୁ ରକ୍ତାକ୍ତ ଅବସ୍ଥାରେ ଯୁବକ ଉଦ୍ଧାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ସକାଳର ଘଟଣା । ଭୁବନେଶ୍ୱର ଝାରପଡା ଓଭର ବ୍ରିଜ ତଳେ ସତ୍ୟ ନଗର ଲେଭେଲ୍ କ୍ରସିଂ ନିକଟ ଟ୍ରେନ୍ ଲାଇନ କଡ଼ରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ପଡ଼ି ଛଟପଟ ହେଉଥିଲେ । ପ୍ୟାଣ୍ଟ ସାର୍ଟ ସବୁ ରକ୍ତରେ ଭିଜି ଯାଇଥିଲା । ଯନ୍ତ୍ରଣାରେ ଚିତ୍କାର କରୁଥିଲେ ଯୁବକ ଜଣକ । ସେହି ବାଟ ଦେଇ ଯାଉଥିବା ଲୋକମାନେ ତାଙ୍କ ପରିଚୟ ପଚାରୁଥିଲେ । ହେଲେ ଯନ୍ତ୍ରଣା ଏତେ ଜୋର୍‌ରେ ହେଉଥିଲା ଯେ ଯୁବକ କିଛି କହି ପାରୁନଥିଲେ । କେବଳ ରାହୁଲ ବୋଲି ପାଟିରୁ ବାହାରୁଥିଲା । ତାଙ୍କ ନାଁ ରାହୁଲ କିମ୍ବା ସେ ନିଜର କେହି ରାହୁଲ ନାମକ ବ୍ୟକ୍ତିକୁ ସୂଚନା ଦେବାକୁ ଚାହୁଁଥିଲେ ସେକଥା ସ୍ପଷ୍ଟ ହେଲା ନାହିଁ ।

ତେଣୁ ସ୍ଥାନୀୟ ଲୋକମାନେ ପୋଲିସ୍‌କୁ ଫୋନ୍‌ କରି ଥିଲେ । ପୋଲିସ୍‌ ପହଞ୍ଚି ଆହତ ଯୁବକ ଜଣକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ଏହି ଅପରିଚିତ ଯୁବକଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଯୁବକ ଜଣକ କିଏ ଓ ତାଙ୍କର ଏ ଅବସ୍ଥା କିଭଳି ହେଲା ସେକଥା ସ୍ପଷ୍ଟ ହୋଇନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.