ବଦଳିଲେ ୭ ଜଣ ଆଇପିଏସ୍‌ ଅଫିସର, ଯଶଓ୍ଵନ୍ତ ଜେଠଓ୍ଵା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ଆଇପିଏସ୍‌ ସ୍ତରରେ ଅଦଳବଦଳ । ବଦଳିଲେ ୭ ଜଣ ଆଇପିଏସ୍‌ ଅଫିସର । ଯଶଓ୍ଵନ୍ତ ଜେଠଓ୍ଵା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ । ସେ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି । ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିଲା ଭିଜିଲାନ୍ସ ନିର୍ଦ୍ଦେଶକ ପଦବୀ । ପରିବହନ କମିଶନର ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବରେ ବଦଳି କରାଯାଇଛି । ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି ଲଳିତ ଦାସ ।

ଗୁଇନ୍ଦା ନିର୍ଦ୍ଦେଶକ ଆର୍‌. କେ. ଶର୍ମାଙ୍କୁ ଆଇନ ଶୃଙ୍ଖଳା ଏଡିଜି ଭାବରେ ବଦଳି କରାଯାଇଛି । ଅରୁଣ ବୋଥ୍ରା ପରିବହନ କମିଶନର ହୋଇଛନ୍ତି । ଅଗ୍ନିଶମ ବିଭାଗ ଆଇଜି ଅସୀତ ପାଣିଗ୍ରାହୀ ଭିଜିଲାନ୍ସ ଆଇଜି ଭାବରେ ନୂଆ ନିଯ୍‌ୁକ୍ତି ମିଳିଛି । ସେହିପରି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗ ଓଏସଡି ଭାବରେ ବଦଳି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.