ଆଜି ଆପଣଙ୍କ ସହରରେ କେତେ ଅଛି ସୁନା ଦାମ, ଜାଣନ୍ତୁ ତାଜା ଅପଡେଟ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ସକାଳ ସୁଦ୍ଧା ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬ ହଜାର ୧୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭ ହଜାର ୧୯୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୦୦୦ ଟଙ୍କା ଓ ୪୮,୦୦୦ ଟଙ୍କା ରହିଛି ।

ଦକ୍ଷିଣ ଭାରତର ଏକ ପ୍ରମୁଖ ସହର ଭାବରେ ଜଣା ଚେନ୍ନାଇରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪ ହଜାର ୪୦୦ ଟଙ୍କା ଥିବା ନେଇ ରେକର୍ଡ ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୪୮ ହଜାର ୪୪୦ ଟଙ୍କା ହୋଇଛି ।

ସେହିପରି ମୁମ୍ବାଇରେ ଏହି ଦର ଯଥାକ୍ରମେ ୪୬ ହଜାର ୧୯୦ ଟଙ୍କା ଓ ୪୭ ହଜାର ୧୯୦ ଟଙ୍କା ଥିବା ନେଇ ଜଣାଯାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ୪୬ ହଜାର ୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ରହିଛି ୫୦ ହଜାର ୨୫୦ ଟଙ୍କା । ଠିକ ସେହିପରି କୋଲକାତାରେ ଯଥାକ୍ରମେ ୪୬ ହଜାର ୬୬୦ ଟଙ୍କା ଓ ୪୯ ହଜାର ୨୧୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି । ଅନ୍ୟପକ୍ଷରେ ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୭ ହଜାର ୯୦୦ ଟଙ୍କା ଥିବା ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.