Below header

ଧରାକୋଟ : ‘ଅଭିମନ୍ୟୁ ବଧ’ ପୌରାଣିକ ନାଟକ ବେଳେ ମଞ୍ଚରେ ଫୁଟିଲା ବାଣ, ୮ ଜଣ ଆହତ

ଭଞ୍ଜନଗର (କେ ନ୍ୟୁଜ୍‌) : ଗାଁରେ ଚାଲିଥିଲା ପୌରାଣିକ ନାଟକ । ସମସ୍ତେ ଖୁସିରେ ବସି କଳାକାରଙ୍କ ଅଭିନୟ ଦେଖୁଥିଲେ । ହେଲେ ଏତିକି ବେଳେ ଘଟିଲା ଅଘଟଣ । ବାଣ ଫୁଟିଲା ଆଉ ଏହାର ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ ଏଥିରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳରେ ଘଟିଛି ଏହି ଅଘଟଣ । କେ. ରାମଚନ୍ଦ୍ରପୁର ଓରଫ କଇଥରା ଗାଁରେ ମହାଭାରତର ‘ରକ୍ତ ରଞ୍ଜିତ କୁରୁକ୍ଷେତ୍ର’ରେ ନାଟକ ମଞ୍ଚସ୍ଥ ହେଉଥିଲା ।

BHANJANAGAR-2

ଆଜି ଭୋର ସମୟରେ ଠିକ୍‌ ନାକଟ ସରିବା ପୂର୍ବରୁ ବିସ୍ଫୋରଣ ହୋଇଥିଲା । ଅଭିମନ୍ୟୁ ବଧ ଦୃଶ୍ୟ ମଞ୍ଚସ୍ଥ ହେବାର କେଇ ମିନିଟ୍‌ ପୂର୍ବରୁ ଏହି ଅଘଟଣ ଘଟିଥିଲା ।ଦୋଳ ପୂର୍ଣ୍ଣିମା ଉତ୍ସବ ପରେ ଗାଁରେ ଆୟୋଜିତ ହୋଇଥିଲା ପାରମ୍ପରିକ ଯାତ୍ରା । ଗାଁ ଦାଣ୍ଡରେ ଏହି ପୌରାଣିକ ନାଟକ ମଞ୍ଚସ୍ଥ ହେଉଥିଲା ।

BLAST-3

ସୋରାଡ଼ା ନିକଟସ୍ଥ ଚାକୁଣ୍ଡା ଗାଁର ନାଟ୍ୟ ଦଳ ଏହି ନାଟକ କରୁଥିଲେ । ଏଥିରେ ବିଭିନ୍ନ ଦୃଶ୍ୟ ବେଳେ ବାଣ ବିସ୍ଫୋରଣ କରାଯାଇଥାଏ । ଅଭିମନ୍ୟୁ ବଧ ହେବା ପୂର୍ବରୁ ସେହି ମଞ୍ଚ ଉପରେ ହିଁ ବାଣ ଫୁଟିଲା । ଆଉ ମଞ୍ଚ ପାଖରେ ବସିଥିବା ଲୋକମାନେ ଆହତ ହେଲେ ।

BLAST-1

ପ୍ରଥମେ ସେମାନଙ୍କୁ ଆସିକା ଡାକ୍ତରଖାନା ଓ ପରେ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ଭିତରେ ଅଧିକାଂଶ ପିଲା ଅଛନ୍ତି । ଅଣଓସାରିଆ ରାସ୍ତା ଉପରେ ନାଟକ ମଞ୍ଚସ୍ଥ ହେଉଥିଲା । ପିଲାମନେ ମଞ୍ଚ ପାଖରେ ବସି ନାଟକ ଦେଖୁଥିଲେ । ତେଣୁ ବିସ୍ଫୋରଣ ବେଳେ କେହି ବି ସେଠାରୁ ପଳାଇଯିବାକୁ ସମର୍ଥ ହେଲେ ନାହିଁ । ସେଥିଲାଗି ଆହତ ହେଲେ ।BLAST-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.