ରାଇଟ ଟୁ ରିପେୟାର ଦାବି, ଏବେ ମାଗଣାରେ ରିପେୟାର ହେବ ସ୍ମାର୍ଟଫୋନ, ଲାପଟପ ଏବଂ ଟିଭି ଭଳି ଗ୍ୟାଜେଟ

କଣ ଆପଣ କେବେ ଭାବିଛନ୍ତି କି ଆପଣଙ୍କର ମୋବାଇଲ, ଟିଭି, ଲାପଟପ ମାଗଣାରେ ରିପେୟାର ହୋଇଯିବ ? ବର୍ତ୍ତମାନ ଆପଣ ଭାବୁଥିବେ ଏପରି କେବେ ହୁଏନାହିଁ । କିନ୍ତୁ ବର୍ତ୍ତମାନ ରାଇଟ ଟୁ ରିପେୟାର ବା ମାଗଣାରେ ରିପେୟାର କରିବା ଅଧିକାର ପାଇଁ ଦାବି ଉଠିଛି । ସୂଚନା ଅନୁଯାୟୀ ୟୁରୋପୀୟନ ୟୁନିୟନ ରାଇଟ ଟୁ ରିପେୟାର ପ୍ଲାନ ଘୋଷଣା କରିଛି ଯାହାକି ୨୦୨୧ରୁ ଲାଗୁ ହେବାକୁ ଯାଉଛି ଏବଂ ଏଥିରେ ମୋବାଇଲ, ଲାପଟପ, ଟାବଲେଟ ଏବଂ ଟିଭି ଭଳି ଗ୍ୟାଜେଟ ସାମିଲ ରହିବ ।

ଯଦି ରାଇଟ ଟୁ ରିପେୟାର ପ୍ଲାନ ଲାଗୁ କରାଯାଏ ତାହେଲେ ଏହାଦ୍ୱାରା ବହୁତ ବଡ଼ ଫାଇଦା ହେବ । ପ୍ରଥମ ହେଉଛି ମୋବାଇଲ କମ୍ପାନୀ ଗୁଡିକ ପ୍ରଥମେ ନିଜର ଫୋନକୁ ରିସାଇକଳ କରିପାରିବେ । ଦ୍ଵିତୀୟରେ ଲୋକମାନଙ୍କ ରିପେୟାର ଖର୍ଚ୍ଚରେ ଯାଉଥିବା ମୋଟା ଆକାର ଟଙ୍କା ରହିଯିବ । ତେବେ ଯଦି ଏହାର ପ୍ରୟୋଗ ସଫଳ ରହିଲା ତାହେଲେ ୨୦୨୫ ବେଳକୁ ଏହା ଟେକ୍ସଟାଇଲ, ପ୍ଲାଷ୍ଟିକ ଏବଂ ପ୍ୟାକେଜିଙ୍ଗ ଉପରେ ମଧ୍ୟ ଲାଗୁ କରାଯିବ ।

Image result for right to repair

ଏହାର ଅନ୍ୟ ଏକ ଫାଇଦା ହେଉଛି ଯଦି ଗ୍ରାହକମାନଙ୍କୁ ରାଇଟ ଟୁ ରିପେୟାର ଅଧିକାର ମିଳିବ ତାହେଲେ ମୋବାଇଲ ଏବଂ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଗୁଡିକ ନିଜର ପ୍ରଡକ୍ଟ ବିଲଡ଼ କ୍ୱାଲିଟିକୁ ନେଇ ଟିକେ ଗମ୍ଭୀର ରହିବେ ଏବଂ ଏହାଦ୍ୱାରା ଭଲ ପ୍ରଡକ୍ଟ ବଜାରକୁ ଆସିବ ।

ଗ୍ରାହକଙ୍କୁ ରାଇଟ ଟୁ ରିପେୟାରର ଅଧିକାର ମିଳିବା ପରେ କମ୍ପାନୀଗୁଡ଼ିକ ପୁରୁଣା ଡିଭାଇସକୁ ଅପଗ୍ରେଡ଼ କରିବା ପାଇଁ ଭଲ ଭଲ ଅଫର ଆଣିପାରନ୍ତି । ଯଦିଓ ଏହି ଆଇନକୁ ଏପର୍ଯ୍ୟନ୍ତ ୟୁରୋପୀୟନ ମେମ୍ବର ଷ୍ଟେଟସ ଏବଂ ୟୁରୋପୀୟନ ପାର୍ଲିଆମେଣ୍ଟରେ ଗ୍ରୀନ ସିଗନାଲ ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.