କରୋନା ଗୁଜବ ପ୍ରଚାର କରି ସ୍କୁଲ ଶିକ୍ଷକ ଗିରଫ

କରୋନା ଗୁଜବ ପ୍ରଚାର କରି ଆଉ ଜଣେ ଗିରଫ । କଳାହାଣ୍ଡି ଧର୍ମଗଡ଼ ଡୁଡକେଲ ଗାଁର ବିନ୍ଦୁ ମହାନନ୍ଦଙ୍କୁ ଗିରଫ କରିଛି ପୋଲିସ । ସେ ଜଣେ ସ୍କୁଲ ଶିକ୍ଷକ ବୋଲି ଜଣାପଡ଼ିଛି । ଗୋଲାମୁଣ୍ଡା ବ୍ଲକର ଖଳିଆକାନୀରେ ଜଣେ ବ୍ୟକ୍ତିଙ୍କୁ କରୋନା ହୋଇଛି ବୋଲି ସେ ଗୁଜବ ପ୍ରଚାର କରିଥିବା ଅଭିଯୋଗ ହୋଇଛି । ବ୍ୟକ୍ତ ଜଣଙ୍କ ବେଙ୍ଗାଳୁରୁରୁ ଫେରିଥିଲେ । ସେ ତାଟି କବାଟ ବନ୍ଦ କରି ଘରେ ରହୁଥିବା ନେଇ ସେ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିଥିବା ଅଭିଯୋଗ ହୋଇଛି । ଘଟଣା ଜଣାପଡ଼ିବା ପରେ କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଗୋଳାମୁଣ୍ଡା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.