Below header

୨୫ ହଜାର ସାବୁନ-୧୦୦୦ ଛାତ୍ରଛାତ୍ରୀ, ତିଆରି କଲେ ବିଶାଳ ‘ହ୍ୟାଣ୍ଡ ଓ୍ଵାସ୍‌’ ଚିତ୍ର, ବାଣ୍ଟିଲେ କରୋନା ସଚେତନତା ବାର୍ତ୍ତା

ତାମିଲନାଡ଼ୁର କୋଲାଥୁରରେ ଥିବା ଏଭର୍‌ଓ୍ଵିନ୍‌ ବିଦ୍ୟାଶ୍ରମ ସ୍କୁଲର ଛାତ୍ରଛାତ୍ରୀ କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ଏକ ଅଭିନବ ଉପାୟରେ ଲୋକଙ୍କୁ ସଚେତନ କରିଛନ୍ତି। ୬ଷ୍ଠ ଶ୍ରେଣୀରୁ ଆରମ୍ଭ କରି ନବମ ଶ୍ରେଣୀ ପଯ୍ୟର୍ନ୍ତ ୧୦୦୦ଜଣ ଛାତ୍ରଛାତ୍ରୀ ୨୫ ହଜାର ସାବୁନ ବ୍ୟବହାର କରି ଏକ ଚିତ୍ର ପ୍ରସ୍ତୁତ କରିଛନ୍ତି।

ଶନିବାର ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏହି ଚିତ୍ର ସହିତ ପିଲାମାନେ ହାତ ଧୋଇବାର ଉପାୟ ମଧ୍ୟ ଜଣାଇଛନ୍ତି। କିଛି ୟୁଜର ଏହି ଚିତ୍ରକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ୟୁଜର କହିଥିଲେ, ଯଦିଓ କରୋନାରୁ ବର୍ତ୍ତିବା ପାଇଁ ସାବୁନରେ ହାତ ଧୋଇବା ଜରୁରୀ, କିନ୍ତୁ ଏହା ପୂର୍ଣ୍ଣ ସୁରକ୍ଷା ଦେଇପାରିବ ନାହିଁ।

k1

୧୦ ହଜାର ବର୍ଗ ଫୁଟର ଏହି ଚିତ୍ରର ଉଦ୍ଦେଶ୍ୟ ଥିଲା ‘ହାତ ଧୁଅ ଏବଂ ଦୀର୍ଘାୟୁ ହୁଅ’। ଇଭେଣ୍ଟ ଅବସରରେ ଛାତ୍ରଛାତ୍ରୀ ପ୍ଲାକାର୍ଡ ଧରି ସଚେତନତା ସୃଷ୍ଟି କରିଥିଲେ। ୧୦୦ ବର୍ଷ ବଞ୍ଚିବା ପାଇଁ ‘ହାତ ଧୋଇବା’ ଉପରେ ଗୁରୁତ୍ୱ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.