ଅଲୌକିକ ଘଟଣା : ଜାଗରରେ କପିଳାସ ପୀଠରୁ ବାହାରିଲେ ୭ଟି ସାପ

କପିଳାସ ପୀଠରେ ମହାଶିବରାତ୍ରୀ ଚାଲିଥିବା ସମୟରେ ମନ୍ଦିର ପରିସରରୁ ସାତଟି ବିଶାକ୍ତ ସାପ ଉଦ୍ଧାର ହୋଇଛି।

ଢେଙ୍କାନାଳ (କେନ୍ୟୁଜ): ଜାଗରରେ କପିଳାସ ପୀଠରେ ଦୁର୍ଲଭ ଦୃଶ୍ୟ। ମହାଶିବରାତ୍ରୀ ଚାଲିଥିବା ସମୟରେ ମନ୍ଦିର ପରିସରରୁ ସାତଟି ବିଶାକ୍ତ ସାପ ଉଦ୍ଧାର କରାଯାଇଛି। ରାତିରେ ଉଜାଗର ରହି ଦୀପଦାନ ସମୟରେ ଭକ୍ତଙ୍କ ଗହଣରୁ ଏହି ସବୁ ସାପ ଉଦ୍ଧାର ହୋଇଛି। କପିଳାସ ପୀଠରୁ ପାହାଡି ଚିତି, ବାଉଁଶ ନଡିଆ ବୋଡା ,ତେଲି ସାପ ,ଗ୍ରିନ ଧଣ୍ଡ ଭଳି ବିଭିନ୍ନ ପ୍ରଜାତିର ସାପଙ୍କୁ ଦେଖିବାକୁ ମିଳିଥିଲା ।

ଢେଙ୍କାନାଳର ବନ୍ଯଜନ୍ତୁ ଓ ସର୍ପ ଉଦ୍ଧାରକାରୀ ଦଳର ୧୦ଜଣିଆ ଟିମ ସେଠାରେ ନିୟୋଜିତ ହୋଇଥିଲେ। ମହାଶିବରାତ୍ରୀ ପାଇଁ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସମୁଦ୍ର ପତନ ଠାରୁ ପ୍ରାୟ ୨୨ଶହ ଉଚ୍ଚରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିୟୁ ବିରାଜମାନ କରିଛନ୍ତି। କପିଳାସ ଅଭୟାରଣ୍ଯ ଭିତରେ ମନ୍ଦିର ପାଖ ଥିବାରୁ ସେଠାରେ ଅନେକ ପ୍ରଜାତିର ବିଶଧର ସାପଙ୍କର ଚଳପ୍ରଚଳ ରହିଥାଏ। କିନ୍ତୁ ମହା ଶିବରାତ୍ରୀ ସମୟରେ ସାପ ବାହାରିବାକୁ ଅଲୌକିକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.