ଦୁର୍ଘଟଣାରେ ଆସାମରେ ବିହାର ୧୪ତମ ରେଜିମେଣ୍ଟରେ ସୁବେଦାର ଭାବେ କାର୍ଯ୍ୟ କରୁଥିବା କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ମୃତ୍ୟୁ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ସମ୍ପନ୍ନ ହେଲା ଶେଷକୃତ

ବ୍ରହ୍ମପୁର: ଆସାମରେ ବିହାର ୧୪ତମ ରେଜିମେଣ୍ଟରେ ସୁବେଦାର ଭାବେ କାର୍ଯ୍ୟ କରୁଥିବା କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଯାହାକୁ ନେଇ ଜନ୍ମ ମାଟି ଗଂଜାମ ଜିଲ୍ଲାର ଚିକିଟିରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗତକାଲି ସଂଧ୍ୟାରେ ତାଙ୍କ ପାର୍ଥିବ ଶରୀର ଚିକିଟିକୁ ଆସିବା ପରେ ଚିକିଟି ପେଣ୍ଠ ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା । ଭାରତ ମାତାକୀ ଧ୍ବନୀ ପ୍ରକମ୍ପିତ ହୋଇଥିଲା । ହଜାର ହଜାର ଲୋକ ଶୋଭାଯାତ୍ରାରେ ଯାଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

ମିଳିଥିବା ସୂଚନା ମୁତାବକ ୮ତାରିଖରେ ଆସାମର ସମ୍ବେଦନଶୀଳ ଫାୟାରିଂ ସ୍ଥଳକୁ ସେନା ବିଭାଗର ଏକ ଗାଡ଼ିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ବସିଥିବା ସମସ୍ତ ଯବାନ ଆହତ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଥିଲେ । କୃଷ୍ଣଚନ୍ଦ୍ର କୋମାରେ ଥିଲେ । ଏନେଇ ତାଙ୍କ ଘର ଲୋକଙ୍କୁ ସୂଚନା ଦିଆଯାଇଥିଲା । କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଖବର ପାଇବା ପରେ ପରିବାର ସମେତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କୃଷ୍ଣଚନ୍ଦ୍ର ପାରାଚୁଟ ବିହାର ୧୪ତମ ରେଜିମେଣ୍ଟରେ ଶୁଭେଦାର ପାହିଆର ଜେସିଓ ଅଫିସର ଥିଲେ । କୃଷ୍ଣଚନ୍ଦ୍ରଙ୍କର ଶହୀଦ ପରେ ଭାଙ୍ଗି ପଡ଼ିଛନ୍ତି ସ୍ତ୍ରୀ ଗୀତାଞ୍ଜଳୀ , ଝିଅ ଶେତାଞ୍ଜଳୀ , ପୁଅ ଆଦିତ୍ୟ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ ସମ୍ପନ୍ନ କରାଯାଇଥିଲା । କୃଷ୍ଣ ଚନ୍ଦ୍ର ପଣ୍ଡା ଜଣେ ଭଲ ମେଳାପି ବ୍ୟକ୍ତି ଥିଲେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.