Below header

୨୨ ଲକ୍ଷ ଟଙ୍କା ହଡପ କରିବା ପାଇଁ କର୍ମଚାରୀ ରଚିଲା ଜବରଦସ୍ତ ପ୍ଲାନିଂ, ଘଟଣା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ଯ ହେବେ

ତୁର୍କୀ: ତୁର୍କୀରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ଯ ହୋଇଯିବେ। ଏଠାରେ ଜଣେ ବ୍ୟକ୍ତି ନିଜ ବସକୁ ହତ୍ୟା କରିବା ପାଇଁ ଜବରଦସ୍ତ ପ୍ଲାନ୍ କରିଛି ଜଣେ କର୍ମଚାରୀ । ଅଭିଯୁକ୍ତ କର୍ମଚାରୀ ନିଜ ବସକୁ ମାରିବା ପାଇଁ କୋଲଡ୍ରିଙ୍କସରେ କରୋନା ଭାଇରସ ମିଶାଇ ଦେଇଥିଲା ।

ତୁର୍କୀର ଅଦାନା ସହରରେ ଜଣେ କାର୍ ଡିଲର ଇବ୍ରାହିମ୍ ଉନବର୍ଦ୍ଦି ପୋଲିସକୁ ନିଜ ଅଭିଯୋଗରେ କହିଛନ୍ତି କି, ତାଙ୍କୁ ମାରିବା ପାଇଁ ତାଙ୍କର ଜଣେ କର୍ମଚାରୀ ଚେଷ୍ଟା କରିଥିଲା । ଅଭିଯୁକ୍ତ କର୍ମଚାରୀ ବସକୁ ମାରିବା ପାଇଁ ଜଣେ କରୋନା ରୋଗୀଙ୍କୁ ପ୍ରଥମେ ଖୋଜିଲା । ତାକୁ କିଛି ପଇସା ଦେଇ ତାର ସଲାଇବା ବା ଲାଳ ଆଣିଲା ଏବଂ ବସର କୋଲଡ୍ରିଂରେ ମିଶାଇ ପିଇବାକୁ ଦେଇଥିଲା । କର୍ମଚାରୀ ଜଣକ ତାଙ୍କଠୁ କିଛି ପଇସା ଧାର ନେଇଥିଲା ଏବଂ ଆଜି ପର୍ଯ୍ୟନ୍ତ ଫେରାଇନି । ତେଣୁ ଏମିତି କାଣ୍ଡ ଘଟାଇଛି ବୋଲି ଇବ୍ରାହିମ କହିଛନ୍ତି।

ତେବେ ବସ୍ କହିଛନ୍ତି ଯେ, ଭଗବାନଙ୍କ ଦୟାରୁ ସେ ରୋଗରେ ପଡିଲେନି । କିନ୍ତୁ ସେ ନିଜ ପରିବାରର ସୁରକ୍ଷା ମାଗିଛନ୍ତି । ସବୁକିଛି ଜାଣିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ସେ ଅଭିଯୁକ୍ତ କର୍ମଚାରୀ ବିରୁଦ୍ଧରେ ହତ୍ୟା ଉଦ୍ୟମ ସମେତ ଅନେକ ଧାରାରେ ମାମଲା ରୁଜୁ କରିଛି । ତେବେ ଫେରାର ଅଭିଯୁକ୍ତକୁ ଖୋଜୁଛି ପୋଲିସ। ଏମିତି ଆଶ୍ଚର୍ଯ୍ଯକର ଘଟଣା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ଯ ହେବା ସହିତ ଏହି ଜବରଦସ୍ତ ପ୍ଲାନିଂ ଏବେ ଭାଇରଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.