Below header

ହଳଦୀ ବେପାର ନାଁରେ ଏସଏଚଜି ମହିଳାଙ୍କୁ ଠକେଇ ଅଭିଯୋଗ, କମ୍ପାନୀ ଏମଡି ନାଁରେ ମାମଲା ଦାୟର

ହଳଦୀ ବେପାର ନାଁରେ ଏସଏଚଜି ମହିଳାଙ୍କୁ ଠକେଇ ଅଭିଯୋଗ। ଠକାମୀର ଶିକାର ହେବା ପରେ ଥାନାର ଦ୍ବାରସ୍ଥ ହେଲେ ଏସଏଚଜି ମହିଳା। ସୁବର୍ଣ୍ଣପୁର ସମେତ ୧୧ଟି ଜିଲ୍ଲାରେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ପାଇରିସସ ଏଗେ୍ରା ଇଣ୍ଡିଆ ନାମକ କଂପାନୀ ଠକାମୀ କରିଥିବା ଅଭିଯୋଗ ହୋଇଛି।

ପ୍ରତ୍ୟେକ ଗୋଷ୍ଠୀରୁ ୫୦ ହଜାର ଟଙ୍କା ଲେଖାଏଁ ଠକି ନେଇଛି ଏହିକଂପାନୀ। ସମ୍ବଲପୁରର ଜଣେ ବ୍ୟକ୍ତିଙ୍କୁ ସୁପର ଷ୍ଟକିଷ୍ଟ ଭାବେ ନିଯୁକ୍ତି ନେଇ ତାଙ୍କ ଠାରୁ ମଧ୍ୟ ୫ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ି। ପ୍ରାୟ ୩ମାସ ତଳେ ଏହି କଂପାନୀ ହଳଦୀ ବ୍ୟବସାୟ କରିବାକୁ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲା।

କଂପାନୀରେ ଅନେକ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇ ଦରମା ଓ ପେନସନ ଲୋଭ ଦେଖାଇ ସେମାନଙ୍କ ମାଧ୍ୟମରେ କୋଟି କୋଟି ଟଙ୍କା ଠକିନେଇ କମ୍ପାନୀ ଫେରାର ମାରିଛି। ଏହାକୁ ନେଇ ଠକାମୀର ଶିକାର ହୋଇଥିବା ଏସଏଚଜି ମହିଳା, ନିଯୁକ୍ତି ପାଇଥିବା ଯୁବକ ଯୁବତୀ ଏବଂ ଠକାମୀର ଶିକାର ଲୋକମାନେ ସୋନପୁର ଥାନାରେ କମ୍ପାନୀ ଏମଡି ନାଁରେ ମାମଲା ଦାୟର କରିଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.