ଲାଇଭ ମ୍ୟାଚରେ ଗମ୍ଭୀର-ଶ୍ରୀସନ୍ଥ ଝଗଡା, ଭାଇରଲ ଭିଡିଓ

ଲିଜେଣ୍ଡସ୍ ଲିଗ୍-୨୦୨୩ରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ଗୁଜରାଟ ଜିଆଣ୍ଟସ ମଧ୍ୟରେ ହୋଇଥିବା ମୁକାବିଲାର ଦ୍ୱିତୀୟ ଓଭରରେ ହିଁ ଶ୍ରୀସନ୍ଥ ଓ ଗମ୍ଭୀରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଝଗଡ଼ା । ଶ୍ରୀସନ୍ଥ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

ଲିଜେଣ୍ଡସ୍ କ୍ରିକେଟ ଲିଗ୍‌ର ଆୟୋଜନ ଭାରତରେ ଅନେକ ସହରରେ ହେଉଛି । ଏଥିରେ ପୂର୍ବତନ କ୍ରିକେଟର ମ୍ୟାଚ ଖେଳୁଛନ୍ତି । ଏହି ମ୍ୟାଚ ସମୟରେ ଗୌତମ ଗମ୍ଭୀରଙ୍କ ଟିମ୍‌ ଇଣ୍ଡିଆ କ୍ୟାପିଟାଲ୍ସ ଏବଂ ପାର୍ଥିବ ପଟେଲଙ୍କ ଟିମ୍‌ ଗୁଜରାଟ ଜିଆଣ୍ଟସ ମ୍ୟାଚରେ ଗମ୍ଭୀର ଏବଂ ଶ୍ରୀସନ୍ଥଙ୍କ ମଧ୍ୟରେ ଝଗଡା ଦେଖିବାକୁ ଲାଗିଥିଲା । ଯାହାର ଭିଡିଓ ଭାଇରଲ ହୋଇଛି । ଶ୍ରୀସନ୍ଥ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

ପୂର୍ବତନ ଭାରତୀୟ ଦ୍ରୁତ ବୋଲର୍ ଏସ୍ ଶ୍ରୀସନ୍ଥ ଓ ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କ ମଧ୍ୟରେ ଲାଇଭ୍ ମ୍ୟାଚ୍ ବେଳେ ଝଗଡ଼ା ଦେଖିବାକୁ ମିଳିଛି । ତେବେ ସିନିୟର ଖେଳାଳି ଭାବେ ଗୌତମ ଗମ୍ଭୀର ପଡିଆ ମଝିରେ ଯାହା କହିଲେ ତାହା ଉଚିତ୍ ନଥିଲା ବୋଲି ଏକ ଭିଡିଓ ସେୟାର କରି କହିଛନ୍ତି ଶ୍ରୀସନ୍ଥ ।

ଲାଇଭ୍ ଭିଡିଓରେ ଶ୍ରୀସନ୍ଥ କହିଛନ୍ତି, ‘ମିଷ୍ଟର ଫାଇଟର ଓ ମୋ ମଧ୍ୟରେ ଯାହା ହେଲା ତାକୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି । ସେ ସବୁବେଳେ ବିନା କାରଣରେ ନିଜର ସାଥୀ ଖେଳାଳିଙ୍କ ସହ ଝଗଡା କରୁଛନ୍ତି । ବୀରେନ୍ଦ୍ର ସେହ୍ଵାଗ ଓ ଅନ୍ୟ ଖେଳାଳିଙ୍କ ସହ ମଧ୍ୟ ଏଭଳି ବ୍ୟବହାର କରନ୍ତି । ସିନିୟର ଖେଳାଳିଙ୍କୁ ସମ୍ମାନ କରନ୍ତିନି । ଆଜି ମଧ୍ୟ ସେଭଳି କିଛି ଘଟିଲା, ବାରମ୍ବାର ପଡିଆରେ ସେ ମୋତେ ଉସକାଉଥିଲେ । ପଡିଆ ଭିତରେ ସେ ମୋ ସହ ବେଶ୍ ଅଭଦ୍ରାମୀ କରିଥିଲେ । ମୋର କୌଣସି ଭୁଲ ନଥିଲା । ଗୌତମ ଏମିତି କରିବା ଠିକ୍‌ ନୁହେଁ ।

 

View this post on Instagram

 

A post shared by SREE SANTH (@sreesanthnair36)

ସୂଚନାଯୋଗ୍ୟ, ଲିଜେଣ୍ଡସ୍ ଲିଗ୍-୨୦୨୩ରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ଗୁଜରାଟ ଜିଆଣ୍ଟସ ମଧ୍ୟରେ ହୋଇଥିବା ମୁକାବିଲାର ଦ୍ୱିତୀୟ ଓଭରରେ ହିଁ ଶ୍ରୀସନ୍ଥ ଓ ଗମ୍ଭୀରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଝଗଡ଼ା । ଗମ୍ଭୀର ଶ୍ରୀସନ୍ଥଙ୍କ ପ୍ରଥମ ବଲରେ ଛକା ମାରିଥିବା ବେଳେ ଦ୍ୱିତୀୟ ବଲରେ ଚୌକା ମାରିଥିଲେ । ଚତୁର୍ଥ ବଲ ପରେ ଶ୍ରୀସନ୍ଥ ଏବଂ ଗମ୍ଭୀରଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଥିଲା । ଅମ୍ପାୟାରମାନେ ହସ୍ତକ୍ଷେପ କରିବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଲାଗିଥିବା ଝଗଡ଼ା ଥମିନଥିଲା ।

ଶ୍ରୀସନ୍ଥଙ୍କ ଭିଡିଓ ମେସେଜ ପରେ ଗୌତମ ଗମ୍ଭୀର ମଧ୍ୟ ଏକ କ୍ରିପ୍ଟିକ ମେସେଜ ସେୟାର କରିଛନ୍ତି । ଏଥିରେ ଗମ୍ଭୀର ଲେଖିଛନ୍ତି, ଯେତେବେଳେ ପୁରା ଦୁନିଆକୁ ଆକର୍ଷିତ କରିବାକୁ ଚାହୁଁଛନ୍ତି, ସେତେବେଳେ ହସନ୍ତୁ । ଏଥିରେ ଗମ୍ଭୀର ପୁରୁଣା ହସୁଥିବା ଫଟୋ ସେୟାର କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୩ ଆଇପିଏଲରେ ମଧ୍ୟ କୋହଲି ଏବଂ ଗମ୍ଭୀରଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ମ୍ୟାଚ୍‌ ଲକ୍ଷ୍ନୌ ସୁପରଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.