ପଡ଼ୋଶୀଙ୍କୁ ଗୁଳି କରି ହତ୍ୟା କଲେ ଟିଭି ଅଭିନେତା ଭୂପେନ୍ଦ୍ର ସିଂ, ଗିରଫ କଲା ପୋଲିସ; ଅନ୍ୟ ଦୁଇ ଗୁରୁତର

ଏକ ହତ୍ୟା ମାମଲାରେ ୟୁପି ପୋଲିସ ଅଭିନେତା ଭୂପେନ୍ଦ୍ର ସିଂଙ୍କୁ ଗିରଫ କରିଛି। ଭୂପେନ୍ଦ୍ର ତାଙ୍କର ଜଣେ ପଡ଼ୋଶୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅନ୍ୟ ଦୁଇ ଗୁରୁତର ଆହତ ହୋଇଛନ୍ତି।

ଏକ ହତ୍ୟା ମାମଲାରେ ୟୁପି ପୋଲିସ ଅଭିନେତା ଭୂପେନ୍ଦ୍ର ସିଂଙ୍କୁ ଗିରଫ କରିଛି। ଭୂପେନ୍ଦ୍ର ତାଙ୍କର ଜଣେ ପଡ଼ୋଶୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅନ୍ୟ ଦୁଇ ଗୁରୁତର ଆହତ ହୋଇଛନ୍ତି। ୟୁପିର ବିଜନୋରରେ ଏହି ଘଟଣା ଘଟିଥିବା କୁହାଯାଉଛି।

ପୋଲିସର କହିବା ହେଲା, ଏହି ଘଟଣାରେ ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। କାରଣ, ସେମାନେ ଏହି ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ନ ଥିଲେ। ଦାୟିତ୍ୱହୀନତା ଭାବେ ଅଭିନେତାଙ୍କ ଅପରାଧକୁ ଅଣଦେଖା କରିଥିଲେ।

ଘଟଣାଟି କୁଆଁଖେଡା ଗ୍ରାମରେ ଘଟିଛି। ରବିବାର ପଡ଼ୋଶୀ ଗୁରୁଦୀପଙ୍କ ସହ ଅଭିନେତାଙ୍କର ଯୁକ୍ତିତର୍କ ହୋଇଥିଲା। ଗୁରୁଦୀପଙ୍କ କ୍ଷେତରେ ଅଭିନେତା ଗଛ କାଟୁଥିଲେ। ଯେତେବେଳେ ଗୁରୁଦୀପ ଏହା ଉପରେ ଆପତ୍ତି ଉଠାଇଥିଲେ, ସେତେବେଳେ ଅଭିନେତା ଭୀଷଣ ରାଗି ଯାଇଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ଏବଂ ଏହା ଉଗ୍ର ରୂପ ଧାରଣ କରିଥିଲା।

ପୋଲିସ ସୂଚନା ମୁତାବକ, ଯେତେବେଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ଚାଲିଥିଲା, ସେତେବେଳେ ଭୂପେନ୍ଦ୍ର ନିଜର ଲାଇସେନ୍ସପ୍ରାପ୍ତ ରିଭଲଭର ବାହାର କରି ଗୁରୁଦୀପଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥି ସହିତ ତାଙ୍କର ଦୁଇ ପୁଅ ଗୋବିନ୍ଦ ଓ ଅମ୍ରିକ୍‌ଙ୍କୁ ମଧ୍ୟ ଆହତ କରି ପକାଇଥିଲେ। ଏହି ଘଟଣାରେ ୨୩ ବର୍ଷୀୟ ଗୋବିନ୍ଦଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

ସେପଟେ ଗୁରୁଦୀପ ଏବଂ ତାଙ୍କ ପରିବାର ଗତ ନଭେମ୍ବର ୧୯ରେ ଭୂପେନ୍ଦ୍ରଙ୍କ ବିରୋଧରେ ପୋଲିସ ନିକଟରେ ଏକ ଚିଠି ଦାଖଲ କରିଥିଲେ, ଯେଉଁଥିରେ ସେମାନେ ଅଭିଯୋଗ କରିଥିଲେ ଯେ ଅଭିନେତା ସେମାନଙ୍କ କ୍ଷେତରେ ଗଛ କାଟୁଛନ୍ତି। ହେଲେ ଏହା ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ସେମାନଙ୍କ କଥାକୁ ଅଣଦେଖା କରିଥିଲା। ଏହି ମାମଲାକୁ ଦୃଷ୍ଟିରେ ରଖି ଏସପି ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। କହି ରଖୁଛୁ, ଅଭିନେତା ଭୂପେନ୍ଦ୍ର ସିଂ ଅନେକ ଫିଲ୍ମ ଏବଂ ଟିଭି ସିରିଏଲ୍‌ରେ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.