Below header

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମ ଲାଗି ସ୍ଥାନ ଅନୁଧ୍ୟାନ କଲେ ଟିମ

ଭବ୍ୟ ହେବ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି ଯଜ୍ଞ ସ୍ଥଳ ଓ ବିଭିନ୍ନ ସ୍ଥାନ ଅନୁଧ୍ୟାନ କଲେ ଟିମ l ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ପ୍ରଶାସକ ଅନୁଧ୍ୟାନ କରିଛନ୍ତି l

ଯଜ୍ଞ ସ୍ଥଳ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ଅନୁଧ୍ୟାନ କରାଯାଇଛି l ଜାନୁଆରୀ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ।ଚାରି ଧାମରୁ ବିଦ୍ୱାନ,ପଣ୍ଡିତ ,ସାଧୁ ସନ୍ଥ ଓ ଭିଭିଆଇପି ଯୋଗ ଦେବେ ।

ଲାଇଭ ଭିଡିଓ ଡିସ୍ ପ୍ଲେ କରାଯିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଯଜ୍ଞ ପାଇଁ ସ୍ଥାନ ଚିହ୍ନଟ ସରିଛି। ମାପଚୁପ ସହ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଲୋକାର୍ପଣ ଉତ୍ସବ ହେବ।

ଲୋକାର୍ପଣ ଉତ୍ସବକୁ ଭବ୍ୟ କରାଯିବ। ଡିସେମ୍ବର ୨୫ ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସରିବ। ପ୍ରକଳ୍ପ ପାଇଁ ଜମିଦାନ କରିଥିବା ଜମିଦାତା,ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ।ସାଧୁ ସନ୍ଥ ଓ ମଠାଧୀଶଙ୍କ ଦ୍ଵାରା ଅଖଣ୍ଡ ନାମ ଓ ସଙ୍କୀର୍ତ୍ତନ କରାଯିବ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.