ବିଶ୍ୱାସ ବଞ୍ଚାଇଲା ଜୀବନ, ଜଳିଗଲା ବସ୍‌ ବଞ୍ଚିଗଲେ ୪୦ ଯାତ୍ରୀ

ମହାରାଷ୍ଟ୍ର ସାତରା ସହରର ରାଜରାସ୍ତାରେ ଚାଲିଥିଲା ଏକ ବସ । ଯେଉଁଥିରେ ବସିଥିଲେ ୪୦ ହଜ୍‌ ଯାତ୍ରୀ । ଜଳିଗଲା ବସ୍‌ ବଞ୍ଚିଗଲେ ୪୦ ଯାତ୍ରୀ

ବିଶ୍ୱାସ, ଜୀବନ ଜିଇଁବାର ଆଧାର । କୁହାଯାଏ ବିଶ୍ୱାସରେ ମିଳନ୍ତି ହରି। ଆଉ ଏହି ବିଶ୍ୱାସ ବେଳେ ବେଳେ କରିଥାଏ ଚମତ୍କାର । ଆଜି ଆମେ ଆପଣଙ୍କୁ ଏହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଏକ ସଂଯୋଗ ବୋଲି କହିପାରନ୍ତି । କିନ୍ତୁ ଆମେ କହିବୁ ଏହି ବିଶ୍ୱାସ ପାଇଁ ବଞ୍ଚିଗଲା ୪୦ ଜଣଙ୍କ ଜୀବନ । ତେବେ ସମ୍ପୂର୍ଣ ଘଟଣା ଥିଲା ଏହିପରି ।

ରାତି ପ୍ରାୟ ୩ଟା ହେବ । ମହାରାଷ୍ଟ୍ର ସାତରା ସହରର ରାଜରାସ୍ତାରେ ଚାଲିଥିଲା ଏକ ବସ । ଯେଉଁଥିରେ ବସିଥିଲେ ୪୦ ହଜ୍‌ ଯାତ୍ରୀ । ଗଡ଼ୁଥିଲା ବସ୍‌ । ଶୋଇଥିଲେ ଯାତ୍ରୀ । ହଠାତ୍‌ ବସ୍‌ରୁ ବାହାରିଥିଲା ଧୂଆଁ । ଯାତ୍ରୀ ମାନେ ହୋଇଗଲେ ଆଶ୍ଚର୍ଯ୍ୟ । ବସ୍‌ ଠିକ୍‌ ଠାକ୍‌ ଚାଲୁଥିବା ବେଳେ ବସ୍‌ ଭିତରେ କୁଆଡ଼ୁ ଆସିଲା ଧୂଆଁ । କେହି କିଛି ବୁଝିବା ପୂର୍ବରୁ ବସ୍‌ଟିରେ ସମ୍ପୂର୍ଣ୍ଣ ଲାଗିଯାଇଥିଲା ନିଆଁ । ଆଉ ଯାତ୍ରୀ ମାନେ ପ୍ରାଣ ବିକଳରେ ଜୀବନ ବଞ୍ଚାଇ ଧାଇଁଥିଲେ ।

ହଁ ଆଜ୍ଞା, ବସ୍‌ଟି ୪୦ ହଜ୍‌ ଯାତ୍ରୀଙ୍କୁ ଧରି ଯାଉଥିଲା ଗନ୍ତବ୍ୟସ୍ଥଳକୁ । ହେଲେ ଦଇବ ଦାଉ ସାଧିଲା । ଯିବା ସମୟରେ ଅଧାବାଟରେ ଘଟିଲା ଏପରି ଅଘଟଣ ଯାହା ଯାତ୍ରୀମାନେ କେବେ ଭାବିନଥିଲେ । କେଡ଼େ ଖୁସିରେ ଯାତ୍ରୀମାନେ ବସ୍‌ରେ ବସି ବାହାରିଥିଲେ । ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ଆଉ ତୀର୍ଥ ଯାତ୍ରା ସାରି ଘରକୁ ଫେରିବେ । ହେଲେ ଅଧା ବାଟରେ ବସ୍‌ରେ ଲାଗିଗଲା ନିଆଁ ।

ଯାତ୍ରା ସମୟରେ ବସ୍‌ରେ ଶୋଇଥିଲେ ସମସ୍ତ ଯାତ୍ରୀ । ଡ୍ରାଇଭର ମଧ୍ୟ ଶୋଇପଡ଼ିଥିଲେ। କିନ୍ତୁ ଭଗବାନଙ୍କ ଚମତ୍କାର ଥିଲା ସ୍ୱତନ୍ତ୍ର। ସମସ୍ତେ ନିଦରେ ଶୋଇପଡ଼ିଥିବା ବେଳେ ହଠାତ୍‌ ଡ୍ରାଇଭରଙ୍କ ନିଦ ଭାଙ୍ଗି ଯାଇଥିଲା । ଆଉ ଡ୍ରାଇଭର ଜଣକ ଉଠିପଡ଼ି ଦେଖିଲା ବେଳକୁ ବସ୍‌ରୁ ବାହାରୁଥିଲା ଧୂଆଁ । ତେବେ ଡ୍ରାଇଭର ଜଣକ ଯଦି ନିଦରେ ଶୋଇପଡ଼ି ଥାଆନ୍ତେ ତେବେ ଏହି ଯାତ୍ରୀ ମାନଙ୍କର କଣ ହୋଇଥାଆନ୍ତା। ତାହା ଆମ ସମସ୍ତଙ୍କୁ ଜଣା। କିନ୍ତୁ ଭଗବାନଙ୍କ କୃପା ଅପାର। ଯେଉଁ ଭଗବାନଙ୍କୁ ଦର୍ଶନ କରିବାକୁ ଯାଇଥିଲେ ହଜ୍‌ ଯାତ୍ରୀମାନେ ଆଜି ସେହି ଭଗବାନଙ୍କ କୃପା ଯୋଗୁଁ ସମସ୍ତେ ସୁରକ୍ଷିତ ଅଛନ୍ତି । ନୂଆ ଜୀବନ ପାଇପାରିଛନ୍ତି । ସଠିକ୍‌ ସମୟରେ ଡ୍ରାଇଭର ଜଣକ ଯଦିି ଧୂଆଁ ବାହାରୁଥିବାର ଦେଖି ଆଲର୍ଟ ହୋଇନଥାନ୍ତେ ତେବେ କଣ ଯେ ସ୍ଥିତି ହୋଇଥାଆନ୍ତୋ ତାହା ଆମେ କଳ୍ପନା କରିପାରି ନଥାନ୍ତେ । ଅକାଳରେ୪୦ ଜଣଙ୍କ ଜୀବନ ଚାଲିଯାଇଥାଆନ୍ତା। ଏହା କେବଳ ଭଗବାନଙ୍କ ଚମତ୍କାର ଯୋଗୁଁ ସମ୍ଭବ ହୋଇପାରିଛି ।

ଖବର ମୁତାବକ, ମହାରାଷ୍ଟ୍ରର ସତାରାରୁ ୪୦ ହଜ୍‌ ଯାତ୍ରୀଙ୍କୁ ନେଇ ବସ୍‌ଟି ଯାଉଥିବା ବେଳେ ବସରେ ହଠାତ୍‌ ନିଆଁ ଲାଗିଯାଇଥିଲା। ବସ୍‌ଟି ତସ୍ୱାଡେ ଟୋଲ ବୁଥରେ ରହିଥିବା ବେଳେ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା। ସମସ୍ତେଶୋଇଥିବା ଅବସ୍ଥାରେ ଡ୍ରାଇଭରଙ୍କ ନିଦ ଭାଙ୍ଗି ଯାଇଥିଲା ସେ ନିଜେ ଆଲର୍ଟ ରହିବା ସହ ସଙ୍ଗେ ସଙ୍ଗେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ପଡ଼ିବାକୁ କହିଥିଲେ। ଫଳରେ ଯାତ୍ରୀମାନେ ଜୀବନ ବିକଳରେ ଓହ୍ଲାଇ ପଡିଥିଲେ। ଯାହାଦ୍ୱାରା ସମସ୍ତ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇଯାଇଛି । ତେବେ ମୁମ୍ବାଇର ଡଲଫିନ ନାମକ ବସ୍‌ରେ ନିଆଁ ଲାଗିଯାଇଥିଲା। ବସଟି ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ସୌଭାଗ୍ୟବଶତଃ ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି। ବସର ଇଲେକ୍ଟ୍ରି ବିୟରିଂରେ ସର୍ଟ ସର୍କିଟ ହେବା ଯୋଗୁଁ ବସ୍‌ଟି ତସ୍ୱାଡେ ଟୋଲ ବୁଥରେ ଜଳିଯାଇଥିଲା ବୋଲି ସୂଚନା ରହିଛି। ନିଆଁ ଲାଗିବା ପରେ ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ବସଟି ଜଳିପୋଡି ପାଉଁଶ ହୋଇଯାଇଥିଲା। କହିବାକୁ ଗଲେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଆଜି ବଞ୍ଚି ପାରିଛି ୪୦ ଜୀବନ।

ସତରେ ଭଗବାନଙ୍କ ମହିମା ଅପାର। ବିଶ୍ୱାସ ରହିଛି ଯେ ହଜ୍‌ ଯାତ୍ରା କଲେ ପୂଣ୍ୟ ମିଳିଥାଏ ମଣିଷ ସ୍ୱର୍ଗପ୍ରାପ୍ତି ହୋଇଥାଆନ୍ତି। କିନ୍ତୁ ବାଟରେ ଏପରି ଦୁର୍ଘଟଣାରୁ ଜୀବନ ରକ୍ଷା ହେବା ପରେ କିଛି ପୂଣ୍ୟବଳ ଯୋଗୁଁ ଏମାନେ ନୂଆ ଜୀବନ ପାଇପାରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.