ମା’ ବିରଜାଙ୍କ ପୀଠରେ ଷୋଡଶ ଉପଚାର ପୂଜା ଆରମ୍ଭ

ଧରାପୃଷ୍ଠକୁ ଅବତରଣ କରିବେ ମା' । ଏଥିପାଇଁ ପ୍ରତ୍ୟେକ ଶକ୍ତିପୀଠ ହେଲାଣି ଚଳଚଂଚଳ । ମା'ଙ୍କ ଆଗମନୀ ପାଇଁ ଚାଲିଛି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା ।

ଯାଜପୁର ଟାଉନ(କେନ୍ୟୁଜ୍) : ଧରାପୃଷ୍ଠକୁ ଅବତରଣ କରିବେ ମା’ । ଏଥିପାଇଁ ପ୍ରତ୍ୟେକ ଶକ୍ତିପୀଠ ହେଲାଣି ଚଳଚଂଚଳ । ମା’ଙ୍କ ଆଗମନୀ ପାଇଁ ଚାଲିଛି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ପୂଜା ଆଗାମୀ ୧୬ ଦିନ ଧରି ଲାଗି ରହିବ ।
ଆଶ୍ୱିନ ମାସ କୃଷ୍ଣାଷ୍ଟମୀ ଦ୍ୱିତୀବାହାନ ଓଷା ଠାରୁ ମା’ଙ୍କ ଷୋଡଶ ଦିବସୀୟ ପୂଜା ହେବାର ପରମ୍ପରା ରହିଛି । ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ତ୍ଵାବଧାନରେ ସଂଧ୍ୟାରେ ବ୍ରହ୍ମାକୁଣ୍ଡରୁ ଜଳ ଅଣାଯାଇ ନବରତ୍ନ ବେଦୀରେ ଘଟ ସ୍ଥାପନ କରାଯାଇଥିଲା ।

maa biraja-

ଏହା ପରେ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ ଜଳ ଅଣାଯାଇ ମା’ଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା ।  ଆଜି ଅନ୍ୟ ଦେବୀ ପୀଠଗୁଡ଼ିକରେ ସପ୍ତମାତୃକା ପୂଜା ପାଇଁ ୭ଟି କଳସ ବସୁଥିବା ବେଳେ ବିରଜାଙ୍କ ପିଥରେ ଅଷ୍ଟଶକ୍ତିଙ୍କ ପାଇଁ ୮ଟି କଳସ,ଗୋଟିଏ ଗଣପତି କଳସ ଏବଂ ଦେବୀଙ୍କ ପାଇଁ ଗୋଟିଏ କଳସ ସହ ମୋଟ ଦଶ ଗୋଟି କଳସ ସ୍ଥାପନର ଅନନ୍ୟ ପରମ୍ପରା ରହିଛି। ସେପଟେ ଶୁଭ ସୁନିଆଁ ଠାରୁ ଆରମ୍ଭ ହୋଇଥିବା ମା’ଙ୍କ ରଥ କାମ ଆଗେଇ ଚାଲିଛି ।
ମା’ଙ୍କ ପୀଠରେ ଶାରଦୀୟ ଦୂର୍ଗୋତ୍ସବରେ ରଥଯାତ୍ରା ପରମ୍ପରା ଅନ୍ୟ କୌଣସି ଶକ୍ତି ପୀଠରେ ଦେଖିବାକୁ ମିଳିନଥାଏ । ଏହି ଷୋଡଶ ଦିବସୀୟ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.