ନକ୍ସଲ ମୁକାବିଲା ପାଇଁ କେନ୍ଦ୍ରକୁ ଓଡ଼ିଶା ସରକାର ମାଗିଲେ ହେଲିକପ୍ଟର

ନକ୍ସଲଙ୍କ ସହ ସଂଘର୍ଷ ଭଳି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷାବାହିନୀ ପାଇଁ ନିରବଚ୍ଛନ୍ନ ହେଲିକପ୍ଟର ସେବାର ଆବଶ୍ୟକତା ରହିଛି। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଏକ ହେଲିକପ୍ଟର ପାଇଁ ଦାବି ରଖିଛନ୍ତି।

ନକ୍ସଲଙ୍କ ସହ ସଂଘର୍ଷ ଭଳି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷାବାହିନୀ ପାଇଁ ନିରବଚ୍ଛନ୍ନ ହେଲିକପ୍ଟର ସେବାର ଆବଶ୍ୟକତା ରହିଛି। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଏକ ହେଲିକପ୍ଟର ପାଇଁ ଦାବି ରଖିଛନ୍ତି। ରାଜ୍ୟରେ ମାଓବାଦୀଙ୍କ ପ୍ରଭାବ ୨୧ଟି ଜିଲ୍ଲାରୁ ହ୍ରାସ ପାଇ ୧୦ଟି ଜିଲ୍ଲାରେ ସୀମିତ ରହିଛି। ରାଜ୍ୟରେ ନକ୍ସଲ ହିଂସା କମିଛି। ବାମ ଉଗ୍ରବାଦରୁ ମୁକ୍ତ ଅଞ୍ଚଳଗୁଡିକରେ ରାଜ୍ୟ ସରକାରଙ୍କ ବିକାଶମୂଳକ ପଦକ୍ଷେପ ଓ ଜନକଲ୍ୟାଣକାରୀ ନୀତି ଯୋଗୁଁ ବ୍ୟାପକ ପରିବର୍ତ୍ତନ ହୋଇଛି।

ବର୍ଷ ବର୍ଷ ଧରି ମାଲକାନଗିରି ଜିଲ୍ଲା ମାଓବାଦୀଙ୍କ ଗଡ ଥିଲା। ସ୍ବାଭିମାନ ଅଞ୍ଚଳକୁ ସୁରକ୍ଷା ବଳ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିପାରିଛି। ଗୁରୁପ୍ରିୟା ସେତୁ ନିର୍ମାଣ ଯୋଗୁଁ ଏ ଅଞ୍ଚଳର ଲୋକଙ୍କ ଜୀବନ ଜୀବିକାରେ ବିରାଟ ପରିବର୍ତ୍ତନ ଆସିପାରିଛି। ନୂଆଦିଲ୍ଲୀରେ ମାଓ ପ୍ରଭାବିତ ରାଜ୍ୟଗୁଡ଼ିକକୁ ନେଇ ସମୀକ୍ଷା ବୈଠକରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ମାଓ ଅଧ୍ୟୁଷିତ ରାଜ୍ୟଗୁଡିକର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।

ବୈଠକରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିବା ବେଳେ ଓଡିଶା ତରଫରୁ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ। ରାଜ୍ୟରେ ମାଓ ଦମନ ନେଇ ସେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱରେ ଓଡିଶା ବାମପନ୍ଥୀ ଉଗ୍ରବାଦର ମୁକାବିଲା କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛିରାଜ୍ୟ ସରକାର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପୋଲିସ ଡିଜି ସୁନିଲ ବଂଶଲ, ମୁଖ୍ୟ ସଚିବ ପ୍ରଦୀପ ଜେନା ଏ ବୈଠକରେ ଯୋଗ ଦେଇଥିଲେ ।