Below header

ଶାବଳରେ ତାଡ଼ି ଦୋକାନରୁ ଲୁଟ୍, ସିସିଟିଭରେ ଚୋରି ଦୃଶ୍ୟ

ଶାବଳରେ ତାଡ଼ି ଦୋକାନରୁ ଲୁଟ୍ । ୮୦ ହଜାର ଟଙ୍କାର ଜିନିଷ ଲୁଟିନେଲେ ଦୁର୍ବୃତ୍ତ ।

ଶାବଳରେ ତାଡ଼ି ଦୋକାନରୁ ଲୁଟ୍ । ୮୦ ହଜାର ଟଙ୍କାର ଜିନିଷ ଲୁଟିନେଲେ ଦୁର୍ବୃତ୍ତ । ଅନୁଗୋଳ ସଦର ଥାନା ଶାବଳଭଙ୍ଗା ନବୀନ ସାହୁଙ୍କ ମୋବାଇଲ ଦୋକାନରେ କିଛି ଦୁର୍ବୃତ୍ତ ପଶି ଚୋରି କରିଥିବା ଅଭିଯୋଗ ହୋଇଛି । ଏକ ଚା ଦୋକାନୀ ନିଜର ଦୋକାନ ଖୋଲିବାକୁ ଆସିଥିବାବେଳେ ଦୋକାନଟି ଖୋଲା ପଡ଼ିଥିବା ଦେଖି ନବୀନଙ୍କୁ ଫୋନ କରି ଜଣାଇଥିଲେ । ସିସିଟିଭରେ ଚୋରି କରୁଥିବା ସମୟର ଦୃଶ୍ୟ କଏଦ ହୋଇଛି।

୩ ଜଣ ଦୁର୍ବୁତ୍ତ ମୁହଁରେ କପଡା ପିନ୍ଧି ଦୋକାନର କବାଟକୁ ଶାବଳରେ ତାଡି ଦୋକାନ ଭିତରେ ପସି କିଛି ଦାମି ମୋବାଇଲ୍ ସହ ପାୱାର ବ୍ୟାଙ୍କ୍, ଚାର୍ଜର ,ଇୟର କଡ଼୍ , କିଛି ଛୋଟ ମୋବାଇଲ୍ ଓ ବ୍ୟାଟେରୀ ଇତ୍ୟାଦି ଚୋରି କରି ନେଇଥିବା ଦେଖିବାକୁ ପାଇଥିଲେ। ଯାହାର ହାରାହାରି ମୂଲ୍ୟ ପ୍ରାୟ ୮୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.