Below header

ସାବଧାନ ରାଜଧାନୀବାସୀ ! ଏଣିକି ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ଜିନିଷ

ଭୁବନେଶ୍ବର(କେନ୍ୟୁଜ୍):  ମାସ୍କ ନାହିଁ ତ ଏଣ୍ଟ୍ରି ନାହିଁ । ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ଜିନିଷ । କରୋନା ସଂକ୍ରମଣ ବଢୁଥିବା ବେଳେ ଭୁବନେଶ୍ୱରରେ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ବିଏମସି । ଏଣିକି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମାସ୍କ ନ ପିନ୍ଧିଲେ ଦୋକାନ, ସପିଂ ମଲ୍‌ରେ ପ୍ରବେଶ ଅନୁମତି ମିଳିବ ନାହିଁ । ଏଥିସହ ଦୋକାନ ସମ୍ମୁଖରେ ନୋ ମାସ୍କ ନୋ ଏଣ୍ଟ୍ରି, ନୋ ମାସ୍କ ନୋ ଗୁଡ୍‌ସ ଫଳକ ଲଗାଇବାକୁ କୁହାଯାଇଛି ।

ସେହିପରି ମାସ୍କ ପିନ୍ଧି ନଥିଲେ କିମ୍ବା ଠିକରେ ପିନ୍ଧି ନଥିଲେ ମିଳିବନି ପେଟ୍ରୋଲ କି ଡିଜେଲ୍‌ । ସର୍ବସାଧାରଣ ସ୍ଥାନରେ ସଠିକ୍‌ ଢଙ୍ଗରେ ମାସ୍କ ପିନ୍ଧିବାକୁ ନିବେଦନ କରିଛି ବିଏମ୍‌ସି । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । କୋଭିଡ ନିୟମ ଉଲ୍ଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.