Below header

ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ୍‌

କେନ୍ୟୁଜ୍(ବ୍ୟୁରୋ):ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ୍‌ । ଆଜି ବିଜେପି ସଂସଦୀୟ ଦଳ ବୈଠକରେ ତାଙ୍କ ନାଁରେ ମୋହର ଲାଗିଛି। ବୈଠକ ପରେ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ। ଅମିତ ଶାହ, ରାଜନାଥ ସିଂ, ନୀତିନ ଗଡ଼କରୀ ପ୍ରମୁଖ ନେତମାନେ ସାମିଲ ଥିଲେ । ବୈଠକ ପରେ ଧନଖଡ୍‌ଙ୍କ ନାଁ ଘୋଷଣା ବେଳେ ତାଙ୍କୁ ‘ପିପୁଲ୍‌ସ ଗଭର୍ଣ୍ଣର’ କହିଥିଲେ ଜେପି ନଡ୍ଡା। ଆଜି ବିଜେପିର ସଂସଦୀୟ ଦଳ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଧନଖଡ଼ । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଥିଲେ ।

ଆଜି ମଣିପୁର ଓ ମଧ୍ୟପ୍ରଦେଶ ରାଜ୍ୟପାଳ ମଧ୍ୟ ମୋଦିଙ୍କୁ ଭେଟିଥିଲେ । ଧନଖଡ଼ଙ୍କ ନାଁ ଘୋଷଣା ପରେ ତାଙ୍କୁ ଚାଷୀ ପୁଅ ବୋଲି କହିଛନ୍ତି ମୋଦି । ଧନଖଡ଼ ସବୁବେଳେ ଚାଷୀ, ଯୁବକ ଓ ମହିଳାଙ୍କ ପାଇଁ କାମ କରିଛନ୍ତି। ସେ ଆମର ଉପରାଷ୍ଟ୍ରପତି ହେବାକୁ ଯାଉଥିବାରୁ ବେଶ ମୁଁ ବେଶ ଖୁସି । ତାଙ୍କର ସମ୍ବିଧାନ ଉପରେ ଅଗାଧ ଜ୍ଞାନ ରହିଛି। ଦେଶର ବିକାଶକୁ ଲକ୍ଷ୍ୟ ରଖି ରାଜ୍ୟସଭାକୁ ସେ ସଠିକ ଦିଗରେ ପରିଚାଳିତ କରିବେ ବୋଲି ମୋଦି କହିଛନ୍ତି ।

ଧନଖଡ଼ଙ୍କ ନାଁ ଘୋଷଣା ସହ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ନେଇ କଳ୍ପନାଜଳ୍ପନାର ଅବସାନ ଘଟିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମୁହାଁମୁହିଁ ସ୍ଥିତି ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହୁଥିଲେ ଜଗଦୀପ ଧନଖଡ଼ । ୨୦୧୯ରୁ ସେ ପଶ୍ଚିମବଙ୍ଗ ରାଜ୍ୟପାଳ ଅଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ଜୁଲାଇ ୧୯। ଅଗଷ୍ଟ ୬ରେ ନିର୍ବାଚନ ହେବ । ବିଜୟ ପାଇଁ ୩୯୦ ଭୋଟ ଆବଶ୍ୟକ । ବର୍ତ୍ତମାନ ପାର୍ଲ୍ୟାମେଣ୍ଟର ସଦସ୍ୟ ସଂଖ୍ୟା ୭୮୦ ଥିବା ବେଳେ ବିଜେପି ସଦସ୍ୟ ସଂଖ୍ୟା ୩୯୪ ରହିଛି। ଅଗଷ୍ଟ ୧୦ରେ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.