ଚାଣକ୍ୟ ନୀତି : ଏହି ଗୋଟିଏ ଆଦତ ବ୍ୟକ୍ତିଙ୍କ ପରିଶ୍ରମକୁ କରିଦେଇଥାଏ ବର୍ବାଦ, ନଷ୍ଟ ହୋଇଥାଏ ସୁଖ ଶାନ୍ତି

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି |ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ | ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାର ଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏ ବଚନ ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ |

ବ୍ୟକ୍ତିର ଗୁଣ ତାଙ୍କୁ କୁଶଳ କରିଥାଏ । ସମାଜରେ ମାନ ସମ୍ମାନ ଦେଇଥାଏ । ସଫଳତା ପାଇବାର ପଥ ଦେଖାଇଥାଏ । ହେଲେ ବ୍ୟକ୍ତିର ଏହି ଗୋଟିଏ ଭୁଲ ଆଦତ ତା’ର ସବୁ ପରିଶ୍ରମ ବର୍ବାଦ କରିଦେଇଥାଏ । ଚାଣକ୍ୟ ଏପରି ଏକ ଅବଗୁଣ ସମ୍ପର୍କରେ କହିଛନ୍ତି, ଯାହା ମନୁଷ୍ୟର ଭଲ ଗୁଣ ଉପରେ ଭାରି ପଡିଥାଏ ।

୧. ଚାଣକ୍ୟ ନୀତିର ୧୩ ଅଧ୍ୟାୟର ୧୫ ଶ୍ଳୋକରେ ଚାଣକ୍ୟ ଏହି ନୀତି ସମ୍ପର୍କରେ କହିଛନ୍ତି । ଚାଣକ୍ୟ କହିଛନ୍ତି ଯାହାର ମନ ସ୍ଥିର ନୁହେଁ ସେ ବ୍ୟକ୍ତି କେବେ ର୍ସୁଖୀ ହୋଇପାରିବ ନାହିଁ । ଜଣେ ଯେତେ ଧନବାନ ହେଉନ୍ତୁନା କାହିଁକି, ଏହି ଅବଗୁଣ କାରଣରୁ ବ୍ୟକ୍ତି ଜୀବନରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

୨. ଯେଉଁ ବ୍ୟକ୍ତିର ମସ୍ତିସ୍କ ନିୟନ୍ତ୍ରଣରେ ରହେ ନାହିଁ,ତାଙ୍କର କାମରେ ମଧ୍ୟ ମନ ଲାଗେ ନାହିଁ । ଚାଣକ୍ୟ ଶ୍ଳୋକରେ କହିଛନ୍ତି, ମନକୁ କଣ୍ଟ୍ରୋଲ କରୁନଥିବା ବ୍ୟକ୍ତିକୁ ଲୋକଙ୍କ ଗହଣରେ ଶାନ୍ତି ମିଳେନି । ସେଥିପାଇଁ କୁହାଯାଏ ମନର ବିଜୟରେ ବ୍ୟକ୍ତିର ବିଜୟ ଓ ମନର ପରାଜୟରେ ବ୍ୟକ୍ତିର ପରାଜୟ ।

୩. ଚଞ୍ଚଳ ହୃଦୟର ବ୍ୟକ୍ତି ଯେତେ ପରିଶ୍ରମ କଲେ ବି ସଫଳତା ପାଇବାକୁ ତାକୁ ସଂଘର୍ଷ କରିବାକୁ ପଡେ । ମନ ଚଞ୍ଚଳ ହେଲେ ବ୍ୟକ୍ତିର କାମ ପ୍ରତି ଏକାଗ୍ରତା ରହେନାହିଁ । ଏମିତିରେ କାମ ବିଗିଡି ଯାଇଥାଏ । ହୃଦୟର ଚଞ୍ଚଳତା ସବୁ କାମରେ ଦୁଃଖ ଦେଇଥାଏ । ଯିଏ ଏହାକୁ ନିୟନ୍ତ୍ରଣ କରିପାରିଲା ସେ ସବୁ ସ୍ଥିତିରେ ବିଜୟ ଲାଭ କରିପାରିବ ।

୪. ଯାହାର ହୃଦୟ ତାର ନିୟନ୍ତ୍ରଣରେ ରହେ ନାହିଁ,ସେହି ବ୍ୟକ୍ତି ସବୁ ସୁଖ ପାଇବା ପରେ ବି ଅନ୍ୟର ସୁଖକୁ ଇର୍ଷା କରିଥାଏ । ଅନ୍ୟର ସୁଖକୁ ସେ ବରଦାସ୍ତ କରିପାରେନା ।

୫. ମନ ଉପରେ କଣ୍ଟ୍ରୋଲ ନହେବା କାରଣରୁ ବ୍ୟକ୍ତି ଏକା ଥାଇ ମଧ୍ୟ ଦୁଃଖୀ ହୋଇଥାଏ । ଯଦି ସେ ନିଜକୁ ଅନ୍ୟ ଠାରୁ ବି ଦୂରରେ ରଖେ ତଥାପି ଶାନ୍ତିରେ ନଥାଏ କାରଣ ଏକାପଣ ତାକୁ ବଂଚିବାକୁ ଦେଇନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.