ବନକଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗ: ୪ ଦିନ ମଧ୍ୟରେ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ୍
ବନକଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗରେ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ୍ । ୪ ଦିନ ମଧ୍ୟରେ ନୋଟିସର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ନୋଟିସ୍ ହୋଇଛି ।

ପୁରୀ(କେନ୍ୟୁଜ୍): ବନକଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗରେ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ୍ । ୪ ଦିନ ମଧ୍ୟରେ ନୋଟିସର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ନୋଟିସ୍ ହୋଇଛି । ମିଳିଥିବା ସୂଚନା ମୁତାବକ ୨୦୧୮ ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ପ୍ରତି ବୁଧବାର ବନକଲାଗି କରାଯିବ।
କିନ୍ତୁ ୬ ବର୍ଷ ଧରି ବନକଲାଗି ନୀତି ପ୍ରତି ବୁଧବାର ହେଉଥିବାବେଳେ ଏବେ ଗୁରୁବାର କରିବା ପାଇଁ ଦତ୍ତମହାପାତ୍ର ନିଯୋଗ ଜିଦ୍ ଧରୁଛି। ନିଳଦ୍ରୀ ବିଜେ ଠାରୁ ଏପର୍ଯ୍ୟନ୍ତ ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ନୀତି ହୋଇନାହିଁ ।
ତେଣୁ ନୋଟିସ୍ ଜାରି କରାଯାଇଛି । ଅନ୍ୟପଟେ ନୋଟିସକୁ ନେଇ ଦତ୍ତମାହାପାତ୍ର ସେବକ ସଂଜୟ ଦାସମହାପାତ୍ର କହିଛନ୍ତି, ସତ୍ତ୍ୱଲିପି ଆଧାରରେ ବନକଲାଗି କରାଯିବା ଦରକାର। ନହେଲେ ସତ୍ତ୍ୱଲିପିକୁ ଉଛେଦ କରିଦିଅନ୍ତୁ ସରକାର । ଆବଶ୍ୟକ ପଡିଲେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ସେ କହିଛନ୍ତି ।