Below header

ସଜେଇ ହେଉଛି ଶ୍ରୀକ୍ଷେତ୍ର: ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ, ଆସନ୍ତା କାଲିଠୁ ପୂଜା ବିଧି ଆରମ୍ଭ

ସଜେଇ ହେଉଛି ଶ୍ରୀକ୍ଷେତ୍ର। ଆଜି ଯାତ୍ରୀ ପରିକ୍ରମା କାମ ସାରି ହସ୍ତାନ୍ତର କରିବ ଓବିସିସି । ୧୨ତାରିଖରୁ ଆରମ୍ଭ ହେବ ପ୍ରତିଷ୍ଠା ଉତ୍ସବର ପୂଜାବିଧି ।

ପୁରୀ (କେନ୍ୟୁଜ): ସଜେଇ ହେଉଛି ଶ୍ରୀକ୍ଷେତ୍ର। ରଙ୍ଗୀନ ଆଲୋକମାଳା ସାଙ୍ଗକୁ ପାରମ୍ପରିକ ଚିତ୍ର କଳାରେ ଚମକୁଛି ଶ୍ରୀ କ୍ଷେତ୍ରର ମୁଖ୍ୟ ପ୍ରବେଶ ପଥ ଓ ରାସ୍ତା ଘାଟ ।  ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ । ଆଜି ଯାତ୍ରୀ ପରିକ୍ରମା କାମ ସାରି ହସ୍ତାନ୍ତର କରିବ ଓବିସିସି । ଆସନ୍ତାକାଲି ଏହାର ସୌନ୍ଦର୍ଯ୍ୟ ଦୁନିଆ ଦେଖିବ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର ପୁରୀରେ ପହଞ୍ଚି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ । ଯଜ୍ଞ ସ୍ଥଳ, ଚାରି ଦ୍ବାରରେ ବେଦପାଠ ଆଦି ସ୍ଥାନ ବୁଲି ଦେଖିଥିଲେ । ଏହାସହ ପରିକ୍ରମା ପ୍ରକଳ୍ପ, ଶ୍ରୀସେତୁ, ପାର୍କିଂସ୍ଥଳର ସମୀକ୍ଷା କରିଥିଲେ । ସେପଟେ ସମଙ୍ଗ ବଲ୍ଲଭ ପାର୍କିଂ, ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବିଶାଳ ସଭା ନିମନ୍ତେ ପ୍ରଶାସନିକ ଆୟୋଜନ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁପ୍ରାୟ ୬୦ଟି ବସରେ ଲୋକ ଆସିବେ । କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ପୁରୀ ଆସିବେ ।

୧୨ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ଶ୍ରୀ ସେତୁ ସ୍ବାଗତ ତୋରଣ । ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ । ୧୨ତାରିଖରୁ ଆରମ୍ଭ ହେବ ପ୍ରତିଷ୍ଠା ଉତ୍ସବର ପୂଜାବିଧି । ଶ୍ରୀମନ୍ଦିର ପୁରୋହିତଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିରର ଐଶାନ୍ଯ କୋଣରେ ନିର୍ମାଣ ହେଉଛି ଯଜ୍ଞ ମଣ୍ଡପ। ଲୋକାର୍ପଣ ଉତ୍ସବରେ ୫୦ପ୍ଲାଟୁନରୁ ଅଧିକ ଫୋର୍ସ ଓ ୩୦ରୁ ଧିକ ଅଫିସର ମୁତୟନ ହେବେ। ସହରକୁ ବ୍ଲାଙ୍କେଟ ସିକ୍ୟୁରିଟିରେ ରଖାଯିବ । ସିସିଟିଭି ବଳୟରେ ରହିବ ପୁରୀ ସହର । ଆସନ୍ତା କାଲି ଠାରୁ ଭବ୍ୟ ଲୋକାର୍ପଣ ଉତ୍ସବ ଲାଗି ଅଙ୍କୁରାରୋପଣ ସହ ଜଗପତିଙ୍କ ଦ୍ୱାରା ଗୁଆଟେକା ନୀତି ଅନୁଷ୍ଠିତ ହେବ।  ଭବ୍ୟ ଯଜ୍ଞ ଲାଗି ସୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜନୀତି ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.