Below header

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ, ଓହରିଲେ ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍

ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାର ଅଛି । ଏହା ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଛନ୍ତି ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ । ଓହରି ଯିବା ନେଇ ସେ କୋର୍ଟଙ୍କୁ ଜଣାଇ ଦେଇଥିବାରୁ ଆଉ କାହାକୁ ଆମିକସ୍ କ୍ୟୁରି କରାଯିବ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

puri 2

ଗତ ଜୁନ୍ ୬ ତାରିଖରେ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍ଙ୍କୁ ଆମିକସ୍ କ୍ୟୁରି ନିଯୁକ୍ତ କରିଥିଲେ । ଶ୍ରୀମନ୍ଦିର ଅଚଳାବସ୍ଥା ମାମଲାରେ କୋର୍ଟଙ୍କୁ ସହଯୋଗ କରିବା ପାଇଁ ତାଙ୍କୁ ଆମିକସ୍ କ୍ୟୁରି ନିଯୁକ୍ତ କରାଯାଇଥିଲା । ତେବେ ଆମିକସ୍ କ୍ୟୁରି ଓହରି ଯାଇଥିବାରୁ ଆଜି ହେବାକୁ ଥିବା ଶୁଣାଣି ମଧ୍ୟ ସ୍ଥଗିତ ହେବା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.