ପୁରୀକୁ ଗଡିବ ଶ୍ରୀ ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍ , ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଶ୍ରୀକ୍ଷେତ୍ରକୁ ଗଡ଼ିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ଆଜି ମୁଖ୍ୟମନ୍ତ୍ରୀ ଏହି ବସ୍ ସେବାର ଶୁଭାରମ୍ଭ କରିବେ । ସବୁ ଜିଲ୍ଲାରୁ ପୁରୀକୁ ଗଡ଼ିବ ଲକ୍ଷ୍ମୀ ବସ୍ ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ଶ୍ରୀକ୍ଷେତ୍ରକୁ ଯିବା ଆସିବା ପାଇଁ ଶ୍ରଦ୍ଧାଳୁ ଆଉ ସମସ୍ୟା ଭୋଗିବେ ନାହିଁ ।

ପୁରୀ (କେନ୍ୟୁଜ): ଶ୍ରୀକ୍ଷେତ୍ରକୁ ଗଡ଼ିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ଆଜି ମୁଖ୍ୟମନ୍ତ୍ରୀ ଏହି ବସ୍ ସେବାର ଶୁଭାରମ୍ଭ କରିବେ । ସବୁ ଜିଲ୍ଲାରୁ ପୁରୀକୁ ଗଡ଼ିବ ଲକ୍ଷ୍ମୀ ବସ୍ ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ଶ୍ରୀକ୍ଷେତ୍ରକୁ ଯିବା ଆସିବା ପାଇଁ ଶ୍ରଦ୍ଧାଳୁ ଆଉ ସମସ୍ୟା ଭୋଗିବେ ନାହିଁ । ଆରାମଦାୟକ ଶୀତତାପ ନିୟନ୍ତ୍ରିତ ବସରେ ଭକ୍ତମାନେ ପୁରୀକୁ ଯାତ୍ରା କରିବେ । ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲା ମୁଖ୍ୟାଳୟରୁ ଶ୍ରୀକ୍ଷେତ୍ରକୁ ଏହି ବସ୍ ସେବା ଆରମ୍ଭ ହେବ । ଏଥିପାଇଁ ଭୁବନେଶ୍ବରରେ ୧୫ଟି ନୂଆ ଭୋଲଭୋ ବସ୍ ପହଞ୍ଚି ସାରିଛି । ଲକ୍ଷ୍ମୀ ବସ୍ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଗାଁରୁ ବ୍ଲକକୁ ବସ୍ ଚଳାଚଳ ଆରମ୍ଭ ହୋଇଥିଲା । ଦ୍ବିତୀୟ ପ୍ରଯ୍ୟାୟରେ ବ୍ଲକରୁ ସହର ମୁଖ୍ୟାଳୟ ଓ ତୃତୀୟ ପର୍ଯ୍ୟାୟରେ ସହରରୁ ଭାୟା ଭୁବନେଶ୍ବର ଦେଇ ପୁରୀକୁ ଆରମ୍ଭ ହେବ ବସ୍ ସେବା ।

‘ଶ୍ରୀଜଗନ୍ନାଥ ବସ’ର ଶୁଭାରମ୍ଭ ପରେ ‘ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ ଦେଖିବାକୁ ପୁରୀ ଆସିବେ ଶ୍ରଦ୍ଧାଳୁ। ଏନେଇ ପୂର୍ବରୁ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.