ଆସନ୍ତା ୨୦ରୁ ଗହିରମଥାରେ ଡଲଫିନ୍ ଗଣନା ଆରମ୍ଭ, ୩ ଦିନ ଧରି ଚାଲିବ ପ୍ରକ୍ରିୟା

ଆସନ୍ତା ୨୦ରୁ ଗହିରମଥାରେ ଆରମ୍ଭ ହେବ ଡଲଫିନ୍ ଗଣନା । ଭିତରକନିକା ଜାତୀୟ ଉଦ୍ୟାନ ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆସନ୍ତା ୨୦ରୁ ଆରମ୍ଭ ହେବ ଡଲଫିନ୍ ଗଣନା । ୩ ଦିନ ଧରି ଚାଲିବ ଏହି ଡଲଫିନ୍ ଗଣନା ପ୍ରକ୍ରିୟା ।

ରାଜନଗର (କେନ୍ୟୁଜ): ଆସନ୍ତା ୨୦ରୁ ଗହିରମଥାରେ ଆରମ୍ଭ ହେବ ଡଲଫିନ୍ ଗଣନା । ଭିତରକନିକା ଜାତୀୟ ଉଦ୍ୟାନ ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆସନ୍ତା ୨୦ରୁ ଆରମ୍ଭ ହେବ ଡଲଫିନ୍ ଗଣନା । ୩ ଦିନ ଧରି ଚାଲିବ ଏହି ଡଲଫିନ୍ ଗଣନା ପ୍ରକ୍ରିୟା । ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ଯରେ ଏବଂ ଭିତରକନିକା ମଧ୍ଯରେ ଥିବା ନଦୀ, ନାଳ ମାନଙ୍କରେ ଡଲଫିନ ଗଣନା କରାଯିବ ।

ଗଣନା ସମୟରେ ବାଇନାକୁଲାର, ଜିପିଏସ, କ୍ୟାମେରା,ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀ ବ୍ଯବହାର କରାଯିବ । ଏହି ଗଣନା ସକାଳ ୬ଟାରୁ ଆରମ୍ଭ ହୋଇ ପାଖାପାଖି ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି । ଭିତରକନିକା ସଲଗ୍ନ ନଦୀ,କ୍ରୀକ ଓ ସମୁଦ୍ରରେ ୫ ପ୍ରଜାତିର ଡଲଫିନ ଦେଖାଯାଇଥାନ୍ତି ।

ସୂଚନାଯୋଗ୍ଯ ରାଜ୍ଯ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି କ୍ରମେ ୨୦୧୫ରୁ ଭିତରକନିକା ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଡଲଫିନ ଗଣନା କରାଯାଉଛି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଅଧିକ ଡଲଫିନ ଗଣନା କରାଯିବା ନେଇ ବନବିଭାଗ ଆଶା ରଖିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.