ତ୍ରିଦିବସୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ ଉଦଘାଟିତ, ମହାପ୍ରଭୁଙ୍କ ଚବିଶ ବେଶ ପ୍ରଦର୍ଶିତ

ଯାଜପୁର ଜିଲା ଧର୍ମଶାଳା ବ୍ଲକ ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ତ୍ରିଦିବସୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ ଉଦଘାଟିତ ହୋଇଯାଇଛି।

 ଯାଜପୁର(କେନ୍ୟୁଜ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ତ୍ରିଦିବସୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ ଉଦଯାପିତ ହୋଇଯାଇଛି। ଆନ୍ତର୍ଜାତୀୟ ଚାରଣ ଗୋଷ୍ଠି ପୁରୀ ଅଧୀନ ଚଣ୍ଡିଖୋଲ ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ଏହି ମହୋତ୍ସବର ଉଦଯାପନୀ ଉତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଏବଂ ପୁରୀ ଶ୍ରୀମନ୍ଦିରର ପ୍ରତିହାରୀ ସେବକ, ମହାସୁଆର ସେବକ, ଚୂନାରା ସେବକ ଯୋଗଦେଇ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଦିଗରେ ଆଲୋଚନା କରିଥିଲେ। ଏହି ମହୋତ୍ସବରେ ମହାପ୍ରଭୁଙ୍କ ଚବିଶ ବେଶ ଦର୍ଶନ ପ୍ରଦର୍ଶିତ କରାଯାଇଥିବା ବେଳେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଅଧୀନ ସେହିପରି ଉଦଘାଟନୀ ଉତ୍ସବରେ ମହୋତ୍ସବକୁ ସନ୍ଥ ତୁଳସୀ ଦାସ ଆଶ୍ରମର ମଠାଧୀଶ ବ୍ରହ୍ମଚାରୀ ସତ୍ୟଚୈତନ୍ୟ ମହାରାଜ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ,ବିଶିଷ୍ଠ ଅତିଥିଭାବେ ପୁରୀ ଗୋବର୍ଦ୍ଧନ ପୀଠର ପଣ୍ଡିତ ମାତୃପ୍ରସାଦ ମିଶ୍ର, ପୁରୀ ଶ୍ରୀମନ୍ଦିର ମୁକ୍ତି ମଣ୍ଡପର ଉପସଭାପତି ଅଶୋକ ମହାପାତ୍ର, ଓଡିଶାର ଅନ୍ୟ ଏକ ସାଲବେଗ ଅଫତାଭ ହୋସେନ ପ୍ରମୁଖ ଯୋଗଦେଇ ମହାପ୍ରଭୁଙ୍କ ଦିବ୍ୟଲୀଳା ଓ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଦିଗରେ ଆଲୋଚନା କରିଥିଲେ।

You might also like