Below header

ପୁଣି ଚାରି ଦିନ ରିମାଣ୍ଡରେ ଗଲେ ତିନି ଅଭିଯୁକ୍ତ

ପୁଣି ଚାରି ଦିନ ରିମାଣ୍ଡରେ ଗଲେ ତିନି ଅଭିଯୁକ୍ତ ଅରୁଣ କୁମାର ମହାନ୍ତ , ମହମ୍ମଦ ଅମିର ଖାଁ ଓ ପପୁ କୁମାର। CBI ପ୍ରଥମ ପର୍ଯ୍ଯାୟ ପାଞ୍ଚ ଦିନ ରିମାଣ୍ଡ ପରେ ସ୍‌ତନ୍ତ୍ର CBI କୋର୍ଟରେ ହାଜର କରିଥିଲା।

ଭୁବନେଶ୍ୱର : ପୁଣି ଚାରି ଦିନ ରିମାଣ୍ଡରେ ଗଲେ ତିନି ଅଭିଯୁକ୍ତ ଅରୁଣ କୁମାର ମହାନ୍ତ , ମହମ୍ମଦ ଅମିର ଖାଁ ଓ ପପୁ କୁମାର। CBI ପ୍ରଥମ ପର୍ଯ୍ଯାୟ ପାଞ୍ଚ ଦିନ ରିମାଣ୍ଡ ପରେ ସ୍‌ତନ୍ତ୍ର CBI କୋର୍ଟରେ ହାଜର କରିଥିଲା। ପୁଣି ଦ୍‌ିତୀୟ ପର୍ଯ୍ଯାୟରେ ପାଞ୍ଚ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା।

କୋର୍ଟ ତାଙ୍କୁ ଚାରି ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି। CBI ତିନି ଅଭିଯୁକ୍ତକୁ ନେଇ ଚନ୍ଦକା ଥାନା ଯାଇଛି। ସେଠାରେ ହେବ ଦ୍‌ିତୀୟ ପର୍ଯ୍ଯାୟ ପଚରା ଉଚୁରା। ଜେରା ସମୟରେ ତାଙ୍କ ଓକିଲ ଉପସ୍ଥିତ ରହି ପାରିବେ ଓ ପରିବାରଙ୍କୁ ଭେଟି ପାରିବେ। ଏଥିପାଇଁ ଅଭିଯୁକ୍ତଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ। 14ତାରିଖ ଦ୍‌ିତୀୟ ଅର୍ଦ୍ଧ୍ର ରେ ପୁଣି କୋର୍ଟରେ ହାଜର କରିବ CBI।
ଅପରପକ୍ଷେ ଅରୁଣ କୁମାର ମହାନ୍ତଙ୍କ ପାଇଁ ତାଙ୍କ ଓକିଲ ପ୍ରଭାତ ସାମନ୍ତ ରାୟ ଜାମିନ ଆବେଦନ କରିଥିବା ବେଳେ ଲଲାଟେନ୍ଦୁ ପ୍ରଧାନ ମହମ୍ମଦ ଅର୍ମି ପାଇଁ ଜାମିନ ଆବେଦନ କରିଛନ୍ତି। ଷ୍ଟେସନ ମାଷ୍ଟର ସମେତ ଅନ୍ଯ କିଛି କର୍ମଚାରୀଙ୍କୁ CBI ରେ ହାଜର ହେବାକୁ ସମନ ହୋଇଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.