Below header

ଆଜି ଶ୍ରୀମନ୍ଦିିର ପରିଚାଳନା କମିଟି ବୈଠକ : ଅଧ୍ୟକ୍ଷତା କରିବେ ଗଜପତି ଦିବ୍ୟସିଂହ ଦେବ

ପୁରୀ (କେ ନ୍ୟୁଜ୍) : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ୟ୍ୟାଳୟରେ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ଗଜପତି ଦିବ୍ୟସିଂହ ଦେବ । ଏହି ବୈଠକରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ସଂପର୍କରେ ଆଲୋଚନା କରାଯିବ । ଗତ ୧୩ ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ମୁଖ୍ୟ ପ୍ରଶାସକ ସୁପ୍ରିମକୋର୍ଟଙ୍କ ଆଦେଶର ଅନୁପାଳନ ନେଇ ସମସ୍ତ ନିଯୋଗକୁ ଆନୁଷ୍ଠାନିକ ଭାବେ ଅବଗତ କରିଥିଲେ । କୋର୍ଟଙ୍କ ୧୨ଟି ନିର୍ଦ୍ଦେଶ ମଧ୍ୟରୁ ୯ଟି ନିର୍ଦ୍ଦେଶକୁ ସେବାୟତମାନେ ଅନୁପାଳନ ପାଇଁ ପ୍ରାଥମିକ ଭାବେ ସମ୍ମତି ଦେଇଥିବା ମୁଖ୍ୟ ପ୍ରଶାସକ କହିଥିଲେ । ଏହି ନିର୍ଦ୍ଦେଶ ଗୁଡ଼ିକୁ କିଭଳି ଶ୍ରୀମନ୍ଦିର ପ୍ରଶାସନ ଅନୁପାଳନ ଓ କାର୍ୟ୍ୟକାରୀ କରିବ ସେନେଇ ପରିଚାଳନା କମିଟି ବୈଠକରେ ଆଲୋଚନା ହେବାର ଅଛି ।

ବୈଠକରେ ମୁଖ୍ୟ ପ୍ରଶାସନ ପ୍ରଦୀପ୍ତ ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସପି ସାର୍ଥକ ଷଡଙ୍ଗୀଙ୍କ ସହ ସମସ୍ତ ସଦସ୍ୟ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । କିଛି ସେବାୟତ ପ୍ରେସ ବିଜ୍ୟପ୍ତି ସୋସିଆଲ ମିଡିଆରେ ପଠାଇ ସୁପ୍ରମିକୋର୍ଟଙ୍କ ଚୂଡାନ୍ତ ରାୟ ପ୍ରକାଶ ପୂର୍ବରୁ କୋର୍ଟଙ୍କ ୯ଟି ରାୟ ସେବାୟତ ମାନିଥିବା କଥା ଠିକ୍ ନୁହେଁ ବୋଲି କହିଥିଲେ । ଗତକାଲି ଏହି ବୈଠକ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ଯୋଗୁ ତାହା ଆଜିକୁ ଘୁଞ୍ଚାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.