Below header

ଆଜି ଜାକର୍ତ୍ତାରେ ଏସୀୟ କ୍ରୀଡ଼ାର ଉଦ୍‌ଘାଟନ

ନୂଆଦିଲ୍ଲୀ : ଆଜି ସନ୍ଧ୍ୟାରେ ଉଦ୍‌ଘାଟିତ ହେବ ଏସିଆ ମହାଦେଶର କ୍ରୀଡ଼ା ମହାକୁମ୍ଭ ଏସୀୟ କ୍ରୀଡ଼ା-୨୦୧୮ । ଏଥରର ଆୟୋଜକ ହେଉଛି ଦ୍ୱୀପପୁଞ୍ଜର ଦେଶ ଇଣ୍ଡୋନେସିଆ । ଜାକର୍ତ୍ତାର ଗେଲୋରା ବଙ୍ଗ କାର୍ଣ୍ଣୋ ବା ଜିବିକେ ଷ୍ଟାଡିୟମରେ ହେବ ଉଦ୍‌ଘାଟନୀ ଉତ୍ସବ । ଆସନ୍ତାକାଲି ଭାରତୀୟ ସମୟ ସନ୍ଧ୍ୟା ୫.୩୦ ମିନିଟ୍‌ରେ ଆରମ୍ଭ ହେବ ଏହି ବର୍ଣ୍ଣାଢ୍ୟ ଉତ୍ସବ । ୬ଟା ୧୫ରେ ଖେଳାଳିମାନେ ମାର୍ଚ୍ଚପାଷ୍ଟ କରିବେ । ଭାରତୀୟ ଦଳର ଧ୍ୱଜା ଧରିବେ ଜାଭେଲିନ୍‌ ଫିଙ୍ଗାଳି ନୀରଜ କୁମାର । ସେପଟେମ୍ବର ୨ରେ ଶେଷ ହେବ ଏହି ମେଗା ଇଭେଣ୍ଟ । ୪୦ଟି କ୍ରୀଡ଼ାର ୬୭ଟି ଭିନ୍ନ ଭିନ୍ନ ଇଭେଣ୍ଟରେ ଭାଗ ନେବେ ଏସିଆ ମହାଦେଶର ୪୫ଟି ଦେଶ ଏଥିରେ ଭାଗ ନେଉଛନ୍ତି ।

ପ୍ରଥମଥର ଦୁଇଟି ସହରରେ କ୍ରୀଡ଼ା ଇଭେଣ୍ଟଗୁଡ଼ିକର ଆୟୋଜନ କରାଯାଉଛି । ତେବେ ଉଭୟ ଉଦ୍‌ଘାଟନୀ ଓ ଉଦଯାପନୀ ଉତ୍ସବ ଜାକର୍ତ୍ତାରେ ଅନୁଷ୍ଠିତ ହେବ । ୪୦ଟି କ୍ରୀଡ଼ାର ୬୭ଟି ଇଭେଣ୍ଟରେ ପ୍ରତିଯୋଗିତା ହେବ । ଏଥିରେ ରହିଛି ୨୮ଟି ଅଲିମ୍ପିକ୍‌ କ୍ରୀଡ଼ା, ୪ଟି ନୂଆ କରି ସାମିଲ ହୋଇଥିବା ଅଲିମ୍ପିକ୍‌ କ୍ରୀଡ଼ା ଏବଂ ୮ଟି ଅଣଅଲିମ୍ପିକ୍‌ କ୍ରୀଡ଼ା । ପାଲେମବଙ୍ଗଠାରେ ବର୍ଣ୍ଣାଢ୍ୟ ଉଦ୍‌ଘାଟନୀ ଉତ୍ସବରେ ଖୁବ୍‌ ଜମିବ ସାଂସ୍କୃତିକ କାର୍ୟ୍ୟକ୍ରମ । ଇଣ୍ଡୋନେସିଆର କଳା ସଂସ୍କୃତି ଏବଂ ପରମ୍ପରାର ଝଲକ ଦେଖିବାକୁ ମିଳିବ । ପୁଣି ଦେଶର ସବୁଠୁ ଲୋକପ୍ରୟ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରିବେ । ୪ ହଜାର ଡ୍ୟାନସରଙ୍କୁ ନେଇ ଆୟୋଜିତ ହେବ ଏକ ବିଶାଳ ନୃତ୍ୟ କାର୍ୟ୍ୟକ୍ରମ । ଏହାର କୋରିଓ ଗ୍ରାଫର ହେଉଛନ୍ତି ଡେନୀ ମଲିକ ଓ ଇକୋ ସୁପ୍ରିଆନ୍ତୋ । ଆଜି ଇଣ୍ଡୋନେସିଆ ପାଳୁଛି ତାର ୭୩ତମ ସ୍ୱାଧୀନତା ଦିବସ । ଆସନ୍ତାକାଲି ଆରମ୍ଭ ହେବ ଅଷ୍ଟାଦଶ ଏସୀୟ କ୍ରୀଡ଼ା । ଏଥିରେ ଓଡ଼ିଶାର ୧୨ ଜଣ ଖେଳାଳି ସାମିଲ ହୋଇଛନ୍ତି । ଏମାନଙ୍କ ଉପରେ ନଜର ରହିଛି ସାରା ଦେଶର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.