Below header

କଟକରେ ପୁଣି ଏନକାଉଣ୍ଟର

କଟକ (କେ ନ୍ୟୁଜ୍) : ପୁଣି ଏନକାଉଣ୍ଟର । ଗତକାଲି ମଧୁପାଟଣା ଅଞ୍ଚଳରେ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ସ୍କ୍ଵାଡ୍ । ଏନକାଉଣ୍ଟରରେ ଅପରାଧୀ ଚିକୁ ଓରଫ ଅନୀଲ ବେହେରା ଆହତ ହୋଇଛି, ତା ଗୋଡ଼ରେ ଗୁଳି ବାଜିଛି । ତାକୁ ଏସସିବିରେ ଭର୍ତ୍ତି କରାଯାଇଛି । ପୁରୀଘାଟ ଅଞ୍ଚଳରେ ହୋଇଥିବା ୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ମାମଲାରେ ସେ ସଂପୃକ୍ତ ଥିଲା ।

encounter ପୋଲିସ କାବୁ କରିବାକୁ ଯିବାବେଳେ ଚିକୁ ଗୁଳି ଚାଳନା କରିଥିଲା । ପୋଲିସର ପାଲଟା ଗୁଳିରେ ସେ ଆହତ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.