ଜୟପୁରରେ ଅପରାଧୀ ପୋଲିସ ମୁହାଁମୁହିଁ

ଜୟପୁର (କେ ନ୍ୟୁଜ୍) : ଅପରାଧୀ ପୋଲିସ ମୁହାଁମୁହିଁ । ଅପରାଧୀକୁ କାବୁ କଲା ବେଳେ ପୋଲିସ ଉପରକୁ ୨ ରାଉଣ୍ଡ ଚଳାଇଥିଲା ଦୁର୍ବୃତ୍ତ । ପୋଲିସ ପକ୍ଷରୁ ମଧ୍ୟ ୨ ରାଉଣ୍ଡ ପାଳଟା ଗୁଳି ଚାଳନା କରାଯାଇଥିଲା । ତେବେ ପୋଲିସକୁ ଚକମା ଦେଇ ତିନି ଜଣ ଦୁର୍ବୃତ୍ତ ଖସି ପଳାଇବାରେ ସଫଳ ହୋଇଛନ୍ତି । ଏମାନେ ହେଲେ ରାକେଶ ପ୍ରସାଦ, ଶଙ୍କର ସାହୁ ଓ ଶିବ ଶଙ୍କର ପାଣିଗ୍ରାହୀ । ପୋଲିସ ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ କରିଛି । ଜୟପୁର ଗୋପବନ୍ଧୁ ନଗରରେ ଏକ ବଡ଼ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଏମାନଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.